Latest Odisha News

BREAKING NEWS

ଲିଜେଣ୍ଡସ ଲିଗ କ୍ରିକେଟ: କୋଣାର୍କ ସୂର୍ଯ୍ୟସ ଓଡିଶାର ନେତୃତ୍ୱ ନେବେ ଇରଫାନ

ଭୁବନେଶ୍ୱର: ଓଡିଶା କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ଲୋକପ୍ରିୟ ଲିଜେଣ୍ଡସ ଲିଗ କ୍ରିକେଟର ତୃତୀୟ ସଂସ୍କରଣରେ ନୂତନ ଭାବେ ଗଠିତ କୋଣାର୍କ ସୂର୍ଯ୍ୟସ ଓଡିଶା ତାର ଅଭିଯାନ ଆରମ୍ଭ କରିବ । ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ ଏହି ଦଳର ନେତୃତ୍ୱ ନେବେ । ପ୍ରଥମ ମୁକାବିଲାରେ କୋଣାର୍କ ସୂର୍ଯ୍ୟସ ଓଡିଶା ହରଭଜନ ସିଂ ନେତୃତ୍ୱାଧୀନ ମଣିପାଲ ଟାଇଗର୍ସ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ । ଯୋଧପୁରରେ ଏହି ମ୍ୟାଚ ଖେଳାଯିବ । ଓଡିଶା ଟିମରେ ୟୁସୁଫ ପଠାନ, ଅମ୍ବାତି ରାୟୁଡୁ, ବିନୟ କୁମାର, ଦୀୱେଶ ପାଥିଆନା, ଶାହାବଜ ନଦୀମ, କେପି ଆପନ୍ନା, ପ୍ରବୀଣ ଟାମ୍ବେ, ରାଜେଶ ବିଶ୍ନୋଇ, ଫିଡେଲ ଏଡୱାର୍ଡ୍ସ, ନବୀନ ଷ୍ଟିୱାର୍ଟ, ରସ ଟେଲର, ରିଚାର୍ଡ ଲେଭି, କେଭିନ ଓ ବ୍ରେନ, ଦିଲଶାନ ମୁନାୱିରା ଓ ବେନ ଲାଗଲିନଙ୍କ ପରି ଖେଳାଳି ରହିଛନ୍ତି ।

ସନପ୍ରିୟା ଗ୍ରୁପ ଓଡିଶାରେ କ୍ରିକେଟକୁ ମଜଭୁତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବ ବୋଲି କହିଛି । ଓଡିଶା ଟିମ ସେପ୍ଟମ୍ବର ୨୭ରେ ମଣିପାଲ ଟାଇଗର୍ସକୁ, ୨୯ରେ ଇଣ୍ଡିଆ କ୍ୟାପିଟାଲ୍ସକୁ, ଅକ୍ଟୋବର ୨ରେ ସଦର୍ଣ୍ଣ ସୁପରଷ୍ଟାର୍ସକୁ, ୪ରେ ଇଣ୍ଡିଆ କ୍ୟାପିଟାଲ୍ସକୁ, ୬ରେ ହାଇଦ୍ରାବାଦ ଏବଂ ୮ରେ ଗୁଜରାଟକୁ ଭେଟିବ । ଗ୍ରୁପ ପର୍ଯ୍ୟାୟର ପ୍ରଥମ ୪ଟି ଟିମ ପ୍ଲେ ଅଫକୁ ଉନ୍ନୀତ ହେବେ । ଟୁର୍ଣ୍ଣାମେଂଟରେ ଏଲିମିନେଟର, କ୍ୱାଲିଫାୟର୍ସ, ସେମିଫାଇନାଲ ଓ ଫାଇନାଲ ସମେତ ଓଭରାଲ ୨୫ଟି ମ୍ୟାଚ ଖେଳାଯିବ ।

Leave A Reply

Your email address will not be published.