Latest Odisha News

BREAKING NEWS

ଆଜିଠୁ ଆରମ୍ଭ ଲିଜେଣ୍ଡ୍ସ ଲିଗ୍ କ୍ରିକେଟ: ଚମକିବ ‘କୋଣାର୍କ ସୂର୍ଯ୍ୟସ ଓଡିଶା’

ଭୁବନେଶ୍ବର: ଆଜିଠୁ ଯୋଧପୁରରେ ଆରମ୍ଭ ହେବ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ୍‌ର ତୃତୀୟ ସଂସ୍କରଣ ।  ଏହି ପ୍ରତିଯୋଗିତରେ ପ୍ରଥମ ଥର ଲାଗି ଅଂଶଗ୍ରହଣ କରୁଛି ‘କୋଣାର୍କ ସୂର୍ଯ୍ୟସ ଓଡ଼ିଶା’ । ଶୁକ୍ରବାର ଏହି ଦଳ ପ୍ରଭାବଶାଳୀ ଖେଳାଳୀ ଇରଫାନ ପଠାନଙ୍କ ନେତୃତରେ ଗତଥରର ବିଜେତା ତଥା ହରଭଜନ ସିଂହଙ୍କ ନେତୃତ୍ବାଧୀନ ମଣିପାଲ ଟାଇଗର୍ସ ବିପକ୍ଷରେ ଖେଳିବ । ଯାହାକି ଯୋଧପୁରର ବାର୍କତୁଲ୍ଲାହ୍ ଷ୍ଟାଡିୟମରେ ଆୟୋଜିତ ହେବ ।

ଏହି ଦଳରେ ଓଡ଼ିଶାରୁ ପୂର୍ବତନ ରଣଜୀ ତାରକା ନଟରାଜ ବେହେରାଙ୍କ ସହ ୪ଜଣ ଓଡିଆ ରହିଛନ୍ତି। ଏଥିରେ ନଟରାଜ ଖେଳାଳି ଭାବେ ସ୍ଥାନ ପାଇଥିଲା ବେଳେ ଦୀପକ ମଙ୍ଗରାଜ ସହଯୋଗୀ ପ୍ରଶିକ୍ଷକ, ଅରବିନ୍ଦ ସିଂହ ଫିଲ୍ଡିଂ ପ୍ରଶିକ୍ଷକ ଏବଂ ସରୋଜ ବାରିକ ସହକାରୀ ବୋଲିଂ ପ୍ରଶିକ୍ଷକ ରହିଛନ୍ତି। ଏମାନଙ୍କ ବ୍ୟତୀତ ଅଧିନାୟକଙ୍କ ବଡଭାଇ ୟୁସୁଫ ପଠାନ, ଅମ୍ବାତି ରାୟୁଡୁ, ପେସର ବିନୟ କୁମାର, ଡିବେଶ ପଠାନିଆ, ବାମହାତି ସ୍ପିନର ଶାହବାଜ୍ ନଦୀମ, କେପି ଅପନ୍ନା, ଲେଗ୍ ସ୍ପିନର ପ୍ରବୀଣ ତମ୍ବେ ଏବଂ ବ୍ୟାଟର ରେଜେଶ ବିଷ୍ନୋଇ ଅଂଶ ଗ୍ରହଣ କରିବେ । ସେହିପରି ଅନ୍ୟ ଦେଶର ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଓ୍ବେଷ୍ଟ ଇଣ୍ଡିଜର ନବୀନ ଷ୍ଟୁଆର୍ଟ ଏବଂ ପେସର ଫିଡେଲ ଫିଡେଲ ଏଡଓ୍ବାର୍ଡସ୍, ନ୍ୟୁଜିଲାଣ୍ଡର ରସ୍ ଟେଲର, ଦକ୍ଷିଣ ଆଫ୍ରିକାର ରିଚାର୍ଡ ଲେଭି, ଆଇରଲାଣ୍ଡର କେଭିନ୍ ଓ’ବ୍ରାଇନ୍, ଶ୍ରୀଲଙ୍କାର ଡି. ମୁନାଓ୍ବେରା ଓ ଅଷ୍ଟ୍ରେଲିଆର ଲଗ୍ଲିନ୍ ।

ଲିଜେଣ୍ଡସ୍ ଲିଗ୍ କ୍ରିକେଟ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିଲା । ଏହାର ପ୍ରଥମ ବର୍ଷରୁ ହିଁ ଏହା ଲୋକପ୍ରିୟତା ହାସଲ କରିଥିଲା । ପ୍ରଥମ ବର୍ଷ ଗୌତମ ଗମ୍ଭୀରଙ୍କ ନେତୃତ୍ବରେ ଇଣ୍ଡିଆ କ୍ୟାପିଟାଲ ଭିଲ୍ବାରା କିଙ୍ଗସକୁ ୧୦୪ ରନରେ ପରାସ୍ତ କରି ବିଜୟ ଟାଇଟେଲ ହାସଲ କରିଥିଲା । ଦ୍ବିତୀୟ ସଂସ୍କରଣରେ ମଣିପାଲ ଟାଇଗର୍ସ ଅର୍ବନ୍ରାଇଜର୍ସ ହାଇଦ୍ରାବାଦକୁ ୫ ଓ୍ବିକେଟରେ ହରାଇ ଫାଇନାଲ ଜିତିଥିଲା ।

Leave A Reply

Your email address will not be published.