Latest Odisha News

BREAKING NEWS

ଲେନ୍ସକାର୍ଟ ପ୍ରତିଷ୍ଠା କରିବ ବିଶ୍ୱର ସର୍ବବୃହତ କାରଖାନା, ୧୫୦୦କୋଟି ନିବେଶ କରିବ କମ୍ପାନୀ

ନୂଆଦିଲ୍ଲୀ: ଚଷମା ଉତ୍ପାଦନ କରୁଥିବା କମ୍ପାନୀ ଲେନ୍ସକାର୍ଟ ବିଶ୍ୱର ସର୍ବବୃହତ ଚଷମା ତିଆରି କାରଖାନା ପ୍ରତିଷ୍ଠା କରିବାକୁ ଯାଉଛି | ଏଥିପାଇଁ କମ୍ପାନୀ ୧୫୦୦ କୋଟି ଟଙ୍କା ନିବେଶ କରିବ। କମ୍ପାନୀ ଏହି କାରଖାନାରେ ଆଖିରେ ପିନ୍ଧିବା ଜିନିଷ, ଲେନ୍ସ ଇତ୍ୟାଦି ତିଆରି କରିବ | କମ୍ପାନୀ କହିଛି ଯେ, ଏହାଦ୍ବାରା ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। କମ୍ପାନୀ ଏଠାରେ ପ୍ରସ୍ତୁତ ଉତ୍ପାଦକୁ ବିଶ୍ବର ଅନେକ ଦେଶକୁ ରପ୍ତାନି କରିବ ।

ଲେନ୍ସକାର୍ଟ ହେଉଛି ଚଷମା ଉତ୍ପାଦନ କରୁଥିବା ଦେଶର ଅଗ୍ରଣୀ କମ୍ପାନୀ | କମ୍ପାନୀର ଦେଶ ତଥା ବିଦେଶରେ ଅନେକ ଆଉଟଲେଟ୍ ଅଛି | କମ୍ପାନୀ ବର୍ତ୍ତମାନ ଏହାର ବ୍ୟବସାୟକୁ ବିସ୍ତାର କରିବାକୁ ଯାଉଛି। କମ୍ପାନୀ ବିଶ୍ୱର ସର୍ବବୃହତ କାରଖାନା ପ୍ରତିଷ୍ଠା କରିବାକୁ ଏବଂ ଏକ ଆରଏଣ୍ଡଡି କେନ୍ଦ୍ର ଖୋଲିବାକୁ ଯୋଜନା କରିଛି |ଏଥିପାଇଁ କମ୍ପାନୀ ଅଧିକ ପୁଞ୍ଜି ନିବେଶ କରିବେ ।

କମ୍ପାନୀ କାରଖାନା କେଉଁଠାରେ ଖୋଲିବ?

କମ୍ପାନୀ ତେଲେଙ୍ଗାନାରେ ବିଶ୍ୱର ସର୍ବବୃହତ କାରଖାନା ସ୍ଥାପନ କରିବାକୁ ଯାଉଛି। ଏଥିପାଇଁ କମ୍ପାନୀ ରାଜ୍ୟ ସରକାରଙ୍କ ସହ ଏକ ଚୁକ୍ତି କରିଛି। ଏହି କାରଖାନା ପାଇଁ କମ୍ପାନୀ ୧୫୦୦କୋଟି ଟଙ୍କା ବିନିଯୋଗ କରିବ। ଏହି କାରଖାନା ୨୧୦୦ ନିଯୁକ୍ତି ସୃଷ୍ଟି କରିବ ବୋଲି ଆଶା କରାଯାଉଛି |

ସୂଚନାମୁତାବକ, କୋ-ଫାଉଣ୍ଡର ଅମିତ ଚୌଧୁରୀ କହିଛନ୍ତି ଯେ, ଏହି କାରଖାନାରେ ଲେନ୍ସ, ଚଷମା ସହ ଆସେସୋରିଜ୍ ତିଆରି କରାଯିବ। ଏହି ଉତ୍ପାଦଗୁଡିକ ଭାରତ ସମେତ ଦକ୍ଷିଣ-ପୂର୍ବ ଏସିଆ ଏବଂ ମଧ୍ୟ ପୂର୍ବ ବଜାରକୁ ରପ୍ତାନି ହେବ ।

ରେବନ୍ତ ରେଡ୍ଡୀଙ୍କ ନେତୃତ୍ୱାଧୀନ ସରକାରଙ୍କ ଏକ ବର୍ଷ ପୂରଣ ପରେ ରବିବାର ଦିନ ତେଲାଙ୍ଗାନାରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କମ୍ପାନୀ ତେଲେଙ୍ଗାନା ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ତେଲେଙ୍ଗାନା ଇଣ୍ଡଷ୍ଟ୍ରିଜ୍ ଏବଂ ଆଇଟି ମନ୍ତ୍ରୀ ଦୁଦୁଲା ଶ୍ରୀଧର ବାବୁଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଛି।

ଏହି କାରଖାନା ଫାବ ସିଟିରେ ପ୍ରତିଷ୍ଠା ହେବ । ଏଠାରେ ଜମି ଚିହ୍ନଟ ହୋଇସାରିଛି। ଏହି ସପ୍ତାହରେ ଏହି ଜମି କମ୍ପାନୀକୁ ହସ୍ତାନ୍ତର କରାଯିବ। କମ୍ପାନୀ ପରେ ରାଜ୍ୟରେ ଏକ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ (ଆର ଆଣ୍ଡ ଡି) କେନ୍ଦ୍ର ମଧ୍ୟ ଆରମ୍ଭ କରିପାରେ ବୋଲି ସୂଚନା ରହିଛି ।

 

 

 

Comments are closed.