ମୁମ୍ବାଇ: ଥଲାପତି ବିଜୟଙ୍କ ଆକ୍ସନ ଥ୍ରୀଲର ଫିଲ୍ମ ‘ଲିଓ’ ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମ କେବଳ ଘରୋଇ ନୁହେଁ, ବିଦେଶୀ ବକ୍ସ ଅଫିସରେ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରିଛି । ଫିଲ୍ମଟି ରିଲିଜ ହେବାର ପାଞ୍ଚ ଦିନ ମଧ୍ୟରେ ଭଲ ବ୍ୟବସାୟ କରିଛି । ଘରୋଇ ବଜାରରେ ବିଜୟଙ୍କ ଫିଲ୍ମ ୨୦୦ କୋଟି ଟଙ୍କା ଅତିକ୍ରମ କରିଥିବାବେଳେ ମୋଟ ଉପରେ ଏହି ଫିଲ୍ମ ମାତ୍ର ୫ ଦିନ ମଧ୍ୟରେ ୪୦୦ କୋଟି ଟଙ୍କା ଛୁଇଁଛି ।
‘ଲିଓ’ ହେଉଛିି ବିଜୟଙ୍କ କ୍ୟାରିୟରର ସବୁଠାରୁ ବଡ ଚଳଚ୍ଚିତ୍ର । ‘ମାଷ୍ଟର’ର ବିରାଟ ସଫଳତା ପରେ ବିଜୟ ଦ୍ୱିତୀୟ ଥର ଫିଲ୍ମ ନିର୍ମାତା ଲୋକେଶ କାନାଗରାଜଙ୍କ ସହ ‘ଲିଓ’ ’ସହିତ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ ମଧ୍ୟ ଭଲ ପ୍ରଦର୍ଶନ କରିଛି । ବିଜୟଙ୍କ ବ୍ୟତୀତ ସଞ୍ଜୟ ଦତ୍ତ ଏବଂ ତ୍ରିଶା ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଏହି ଫିଲ୍ମକୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି । ଆଗକୁ ଆହୁରି ଅଧିକ ବ୍ୟବସାୟ କରିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି ।
Comments are closed.