Latest Odisha News

BREAKING NEWS

ବିବାହ ବନ୍ଧନରେ ଆବଦ୍ଧ ହେଲେ ଦୁଇ ଭଉଣୀ !

କୋଡରମା: ଝାଡଖଣ୍ଡ କୋଡରମାର ଏକ ସମଲିଙ୍ଗୀ ବିବାହ ଏବେ ଚର୍ଚ୍ଚାର କାରଣ ସାଜିଛି । ପ୍ରେମ ଯେତେବେଳେ ତାର ପଙ୍ଖ ଖୋଲେ ସେ କିଛି ଦେଖେନି । କେବଳ ତାର ନିଜର ଲୋକଙ୍କୁ କେବଳ ଖୋଜେ । ଏହି ଦୁଇ ଭଉଣୀ ପରିବାର ଓ ସମାଜର ଡରରେ ଦୀର୍ଘ ଦିନ ରହି ଲୁଚି କରି ଏକତ୍ର ରହୁଥିଲେ । ଏମାନଙ୍କ ବୟସ ୨୪ ଓ ୨୦ ବର୍ଷ । ଜଣେ ଗ୍ରାଜୁଏଶନ ଶେଷ କରିଥିବା ବେଲେ ତାଙ୍କ କକାଙ୍କ ଝିଅ ଯୁକ୍ତ ୨ ପର୍ଯ୍ୟନ୍ତ ପଢ଼ିଥିଲେ । ଝୁମୁରି ତିଲେୟାରେ ସେମାନଙ୍କ ପରିବାର ପାଖାପାଖି ରୁହନ୍ତି ।

୮ ନଭେମ୍ବରରେ ସେମାନେ ସ୍ଥାନୀୟ ଶିବମନ୍ଦିରରେ ବିବାହ କରିଥିଲେ । ଓ ମାନସିକ ସ୍ତରରେ ଶେଷ ପର୍ଯ୍ୟନ୍ତ ଏକତ୍ର ରହିବା ପାଇଁ ନିଷ୍ପତି ନେଇଥିଲେ । ଏବେ ସେମାନେ ତାଙ୍କ ସମ୍ପର୍କ ଉଜାଗର କରିଥିବାରୁ ଆଗକୁ ଅନ୍ୟ ସହରରେ ଶାନ୍ତିରେ ଜୀବନ ବିତାଇବେ ବୋଲି ନିଷ୍ପତି ନେଇଛନ୍ତି । ସମଲିଙ୍ଗୀ ହେବା କିଛି ଖରାପ କଥା ନୁହେଁ ବୋଲି ସେମାନେ ଯୁକ୍ତି ବାଢ଼ିଛନ୍ତି ।

Leave A Reply

Your email address will not be published.