Latest Odisha News

BREAKING NEWS

‘ଲସ୍କର୍‌-ଏ-ତୋଏବା’ର ବରିଷ୍ଠ କମାଣ୍ଡର ଆଦନାନ୍‌ ଅହମ୍ମଦକୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ: ପାକିସ୍ତାନରେ ‘ଲସ୍କର୍‌-ଏ-ତୋଏବା’ର ବରିଷ୍ଠ କମାଣ୍ଡର ଆଦନାନ୍‌ ଅହମ୍ମଦ ତଥା ହଞ୍ଜଲା ଆଦନାନ୍‌କୁ ଗୁଳି କରି ହତ୍ୟା । କରାଚିରେ ଲସ୍କର ଆତଙ୍କବାଦୀ ହଞ୍ଜଲା ମୃତ୍ୟୁ ହୋଇଛି। ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ‘ଲସ୍କର୍‌-ଏ-ତୋଏବା’ର ମୁଖ୍ୟ ହାଫିଜ୍‌ ସଇଦର ଘନିଷ୍ଠ ସହଯୋଗୀ ଥିଲା ଆଦନାନ୍‌ ଅହମ୍ମଦ। ୨୦୧୫ରେ ଉଧମପୁର, ଜାମ୍ମୁ କାଶ୍ମୀର ଏବଂ ୨୦୧୬ରେ ପମ୍ପୋରରେ CRPF କନଭେନ ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲ। ।

ଆଦନାନଙ୍କୁ ଡିସେମ୍ବର ୨ ତାରିଖ ରାତିରେ ବାସଭବନ ବାହାରେ ଗୁଳିକରି ହତ୍ୟା କରାଯାଇଛି। ଆହତ ଅବସ୍ଥାରେ ତାକୁ କରାଚିସ୍ଥିତ ପାକିସ୍ତାନୀ ସେନା ଡାକ୍ତରଖାନାକୁ ନିଆଯାଇଥିଲା ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ସେଠରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଛି।

୨୦୧୫ରେ ହଞ୍ଜ୍‌ଲା ଆଦ୍‌ନାନ୍‌ ଉଧମପୁରରେ ‘ବିଏସ୍‌ଏଫ୍‌’ ଗାଡ଼ି ଉପରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରିଥିଲା । ଏହି ଆକ୍ରମଣରେ ୨ବିଏସ୍‌ଏଫ୍‌ ଯବାନ ସହିଦ ହୋଇଥିଲେ ଓ ୧୩ଜଣ ଯବାନ ଆହତ ହୋଇଥିଲେ। ସେହିପରି, ୨୦୧୬ରେ ଜମ୍ମୁ-କାଶ୍ମୀର ପାମ୍ପୋର୍‌ ଅଞ୍ଚଳରେ ‘ସିଆର୍‌ପିଏଫ୍‌’ ଗାଡ଼ି ଉପରେ କରାଯାଇଥିବା ଆକ୍ରମଣରେ ମଧ୍ୟ ସେ ସମ୍ପୃକ୍ତ ଥିଲା । ଏହି ଆକ୍ରମଣରେ ୮ଜଣ ‘ସିଆର୍‌ପିଏଫ୍‌’ ଯବାନ ସହିଦ ହୋଇଥିଲେ ଓ ୨୨ଜଣ ଯବାନ ଆହତ ହୋଇଥିଲେ।

Comments are closed.