ଭୁବନେଶ୍ୱର: ନୟାଗଡରେ ଠାବ ହୋଇଥିବା ୫ ଶହ ବର୍ଷ ତଳର ମନ୍ଦିରର ପୁନଃଉଦ୍ଧାର ଓ ସ୍ଥାନାନ୍ତରଣ ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କ ହସ୍ତକ୍ଷେପ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠିରେ ଧର୍ମେନ୍ଦ୍ର ଲେଖିଛନ୍ତି ଯେ, ଏହି ଐତିହାସିକ ମନ୍ଦିରର ପୁନଃଉଦ୍ଧାର ପାଇଁ ଏଏସଆଇ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଉ । କିଛି ଦିନ ତଳେ ନୟାଗଡ ଜିଲ୍ଲାର ମହାନଦୀ ଗର୍ଭରୁ ୫ଶହ ବର୍ଷ ତଳର ପ୍ରାଚୀନ ଗୋପିନାଥ ମନ୍ଦିର ଠାବ ହୋଇଥିଲା । ନଦୀ ଗର୍ଭରେ ଲୀନ ହୋଇଯାଇଥିବା ମନ୍ଦିର ଚୂଡର କାରୁକାର୍ଯ୍ୟରୁ ଅନୁମାନ କରାଯାଉଛି ଯେ ଏହା ୧୫ ଶହ ଶତବ୍ଦୀର ଶେଷ କିମ୍ବା ୧୬ ଶହ ଶତାବ୍ଦୀ ଆରମ୍ଭରେ ତିଆରି ହୋଇଛି ।୧୯୩୩ ମସିହାରେ ହୋଇଥିବା ବନ୍ୟାରେ ମନ୍ଦିରଟି ମହାନଦୀ ଗର୍ଭରେ ଲୀନ ହୋଇଯାଇଥିବା ଆକଳନ କରାଯାଉଛି ।
BREAKING NEWS
- ଆଦାନୀ ଝଡ଼: କାହିଁକି ଚୁପ୍ ସବୁ ଦଳ?
- ଧମକ ଦେବା ଅଭିଯୋଗରେ ଭବ ପ୍ରକାଶ ଦାସଙ୍କ ନାଁରେ ଏତଲା
- ରୋଲରକୁ ଧକ୍କା ଦେଲା ବସ୍, ୧୦ରୁ ଉର୍ଦ୍ଧ୍ବ ଆହତ
- ଛାଡପତ୍ର ଚର୍ଚ୍ଚା ଭିତରେ ଶେଷରେ ମୁହଁ ଖୋଲିଲେ ଅମିତାଭ ବଚ୍ଚନ, କହିଲେ….
- ବାଘ ଦେଖିବାକୁ ଯାଇ ୨ ଗାଇଡ ସମେତ ୪ ସସ୍ପେଣ୍ଡ
- ଜାଣନ୍ତୁ ପ୍ରାଚୀନ ଯୁଗର ସପ୍ତମ ଆଶ୍ଚର୍ଯ ବିଷୟରେ, ଯାହା ସମୟକ୍ରମେ ହୋଇଯାଇଛି ବିଲୁପ୍ତ ..
- ମଝି ସମୁଦ୍ରରେ ନୌସେନା ଜାହାଜ ସହ ପିଟିହେଲା ମାଛଧରା ବୋଟ୍
- କିଏ ଜିତିବ ମହାରାଷ୍ଟ୍ର? କଣ କହୁଛି ଶିବସେନାର କୁଣ୍ଡଳୀ
- ସୁକମାରେ ଏନକାଉଣ୍ଟର; ୧୦ ନକ୍ସଲ ନିହତ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
- ଗୀତ ଗାଉ ଗାଉ ମଞ୍ଚ ଉପରେ ପଡିଗଲେ ଗାୟକ ଦିଲଜିତ
Comments are closed.