ଭୁବନେଶ୍ବର: ଜୀବନରେ ସମସ୍ତେ ଚାହାଁନ୍ତି ସଫଳ ହେବା ପାଇଁ, କିନ୍ତୁ ଜରୁରୀ ନୁହେଁ ସମସ୍ତଙ୍କୁ ପ୍ରଥମ ପ୍ରୟାସରେ ହିଁ ସଫଳତା ମିଳିଯିବ । ଏପରି ସ୍ଥିତିରେ ଏମିତି ବହୁତ ପିଲା ଅଛନ୍ତି ସେମାନଙ୍କ ମନରେ ଅସଫଳତାର ଡର ଘର ବନେଇ ଦେଇଥାଏ । ଯାହାଦ୍ବାରା ସେମାନଙ୍କର ମାନସିକ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ ।
ତେବେ ଆସନ୍ତୁ ଜାଣିବା ପିଲାମାନଙ୍କ ମନରୁ କିପରି ଅସଫଳତାର ଡର ଦୂର କରିପାରିବେ ..
-ପାଠପଢା ବ୍ୟତୀତ ପିଲାଙ୍କ ପାଇଁ ଜରୁରୀ ସାଙ୍ଗସାଥୀଙ୍କ ସହ କିଛି ସମୟ ଅତିବାହିତ କରିବା ଓ କଥାବାର୍ତ୍ତା ହେବା । ଏହାଦ୍ବାରା ପିଲାମାନେ ନିଜ ଜୀବନରେ ଆସୁଥିବା ଅସୁବିଧାକୁ ଅନ୍ୟ ପିଲାଙ୍କ ସହ ଆଲୋଚନା କରି ତାହାର ସମାଧାନ କରିବାକୁ ଚେଷ୍ଟା କରନ୍ତି । ଏଥିପାଇଁ ପିଲାଙ୍କ ସାମାଜିକ ସମ୍ପର୍କ ବଢାନ୍ତୁ ।
-ଜୀବନରେ ମିଳୁଥିବା ଅସଫଳତା ଏକ ମାର୍ଗଦର୍ଶନ ରୂପରେ କାମ କରେ । ପିଲାଙ୍କୁ ଏହି ବିଷୟରେ ଜଣାନ୍ତୁ, ଅସଫଳତା ମିଳିବା ପରେ ମଣିଷ ନିଜର ଦୁର୍ବଳତା ବିଷୟରେ ଜାଣିପାରେ , ପରେ ନିଜର ଦୁର୍ବଳତା ଉପରେ କାମ କରି ଲକ୍ଷ୍ୟ ହାସଲ କରିପାରେ ।
-ପିଲାଙ୍କୁ ବୁଝାନ୍ତୁ ଅସଫଳତା ହେଲେ ନିରାଶ ହୋଇ ବସିବା ବଦଳରେ ସମାଧାନର ବାଟ ଖୋଜନ୍ତୁ ।
-ପିଲା ଯଦି ଫେଲ ହୋଇଯାଇଛନ୍ତି ତାଙ୍କୁ ଗାଳି ଦେବା ବଦଳରେ ଭଲରେ ବୁଝାନ୍ତୁ । ଏହା ଛଡା ସଫଳତା ପାଇବା ପାଇଁ ପିଲାଙ୍କୁ ସମୟର ମହତ୍ତ୍ବ ବିଷୟରେ ବୁଝାନ୍ତୁ ।
-ନକାରାତ୍ମକ ଚିନ୍ତାଧାରାରୁ ଦୂରରେ ରଖିବା ପାଇଁ ପିଲାଙ୍କ ମାନସିକ ସ୍ତରରେ ମଜବୁତ ହେବା ଜରୁରୀ । ସେମାନଙ୍କୁ ସମସ୍ତ ପରିସ୍ଥିତିର ସାମ୍ନା କରିବାର ଯୋଗ୍ୟ ବନାନ୍ତୁ । ଫଳରେ ସେମାନେ ମାନସିକ ଚାପରୁ ବଞ୍ଚିପାରିବେ ।
Comments are closed.