Latest Odisha News

BREAKING NEWS

ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ ଶେଷ କରିବା ,କେଜ୍ରିୱାଲଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଲେଫ୍ଟନାଣ୍ଟ ଗଭର୍ଣ୍ଣର

ଦିଲ୍ଲୀ : କେଜ୍ରିୱାଲ ସରକାରଙ୍କୁ ଝଟକା । ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ ଶେଷ କରିବା ପ୍ରସ୍ତାବକୁ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନୀଲ ବୈଜଲ ପ୍ରତ୍ୟାଖାନ କରିଛନ୍ତି ।କେଜ୍ରିୱାଲ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ପ୍ରସ୍ତାବ ପଠାଇଥିଲେ । ହେଲେ ଗଭର୍ଣ୍ଣର ଦୁଇଟି ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି ।ସ୍ଥିତିରେ ସୁଧାର ନଆସିବା ପର୍ଯ୍ୟନ୍ତ ପ୍ରତିବନ୍ଧକ ଜାରି ରହିବ ବୋଲି କେଜ୍ରିୱାଲ ସରକାର ଦେଇଥିବା ପ୍ରସ୍ତାବକୁ ଭିତ୍ତି କରି କହିଛନ୍ତି ଲେଫ୍ଟନାଣ୍ଟ ଗଭର୍ଣ୍ଣର ।

ପୂର୍ବରୁ  ୱିକେଣ୍ଡ କର୍ଫ୍ୟୁ ଶୁକ୍ରବାର  ରାତି ୧୦ ଟାରୁ ସୋମବାର ସକାଳ ୫ ଟା ପର୍ୟ୍ୟନ୍ତ ଥିଲ। ଏହାକୁ ଉଠାଇବା ସହ , ଦିନସାରା ଦୋକାନ ଖୋଲିବାକୁ ଏବଂ ଘରୋଇ କମ୍ପାନୀଗୁଡିକରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ଅନୁମତି ଦେବାକୁ ପରାମର୍ଶ ଦେଇଥିଲେ।

ଅରବିନ୍ଦ କେଜ୍ରିୱାଲଙ୍କ ଦ୍ୱାରା ପଠାଯାଇଥିବା ପ୍ରସ୍ତାବରେ କୁହାଯାଇଥିଲା ଯେ ଦିଲ୍ଲୀରେ କରୋନା ମାମଲାରେ ହ୍ରାସ ଘଟିଛି। ଏଭଳି ପରିସ୍ଥିତିରେ, ବଜାରରେ ଅଡ଼-ଇଭିନ ବ୍ୟବସ୍ଥା ବନ୍ଦ ହେବା ଉଚିତ ଏବଂ ୱିକେଣ୍ଡ୍ କର୍ଫ୍ୟୁ ମଧ୍ୟ ହଟାଯିବା ଉଚିତ୍ ସେହିପରି କେଜ୍ରିୱାଲଙ୍କ ତରଫରୁ ତୃତୀୟ ପ୍ରସ୍ତାବ ଥିଲା ୫୦ ପ୍ରତିଶତରେ ବେସରକାରୀ କାର୍ୟ୍ୟାଳୟ ଖୋଲିବାକୁ ଅନୁମତି ଦିଆଯାଉ। ଗଭର୍ଣ୍ଣର ଦୁଇଟି ପ୍ରସ୍ତାବକୁ ଖାରଜ କରିଛନ୍ତି।

କିନ୍ତୁ ତେବେ ଘରୋଇ କାର୍ୟ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀଙ୍କ ଉପସ୍ଥିତିକୁ ସେ ଅନୁମୋଦନ କରିଛନ୍ତି। କିନ୍ତୁ ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ ଜାରି ରହିବ ବୋଲି କହିଛନ୍ତି ଗଭର୍ଣ୍ଣର ।

,

 

Comments are closed.