ନୂଆଦିଲ୍ଲୀ:ଏଲଆଇସି ପାଖରେ ପଡି ରହିଥିବା ୨୧,୫୩୯ କୋଟି ଟଙ୍କାର କେହି ଦାବୀଦାର ନ ଥିବା ଜଣାପଡିଛି । ଏଲଆଇସି ସେବି ନିକଟରେ ଜମା କରିଥିବା ଆଇପିଓ କାଗଜପତ୍ରରୁ ଏହି ତଥ୍ୟ ଜଣାପଡିଛି । ମାର୍ଚ୍ଚ ୨୦୧୯ରେ ୧୩,୮୪୩.୭୦, ୨୦୨୦ରେ ୧୬,୦୫୨.୬୫ ଓ ମାର୍ଚ୍ଚ ୨୦୨୧ରେ ୧୮,୪୯୫ କୋଟି ଟଙ୍କା ପଡି ରହଛି । ନିୟମ ଅନୁସାରେ ପ୍ରତ୍ୟେକ ବୀମା କମ୍ପାନୀଙ୍କୁ ୧୦୦୦ ଟଙ୍କାରୁ ଊର୍ଦ୍ଧ୍ୱ ଜମା ରାଶି ଉପରେ ପଲିସିଧାରକଙ୍କୁ ତଥ୍ୟ ପ୍ରଦାନ କରିବା ବାଧ୍ୟତାମୂଳକ ।
ଏଲଆଇସି ଉପରୋକ୍ତ ରାଶି ସମ୍ପର୍କରେ ପଲିସିଧାରକଙ୍କୁ ଜଣାଇଛି କି ନାହିଁ ସେ ସମ୍ପର୍କରେ ତଥ୍ୟ ହସ୍ତଗତ ହୋଇନାହିଁ । ୱେବସାଇଟରେ କିନ୍ତୁ ଏ ସମ୍ପର୍କରେ କୌଣସି ତଥ୍ୟ ନାହିଁ ।
Comments are closed.