Latest Odisha News

BREAKING NEWS

ବଜ୍ରାଘାତରେ ଗଞ୍ଜାମରେ ୨ ମୃତ, ଜଣେ ଆହତ

ଗଞ୍ଜାମ: ଦିନକୁ ଦିନ ରାଜ୍ୟରେ ବଢ଼ିଚାଲିଛି ବଜ୍ରପାତଜନିତ ମୃତ୍ୟୁ ସଂଖ୍ୟା  । ଆଜି ଗଞ୍ଜାମ ବୁଗୁଡ଼ା ଥାନାର ଡେଙ୍ଗାବାଡ଼ିରେ ବଜ୍ରାଘାତ ନେଇଛି ଦୁଇଟି ଜୀବନ  । ଆଉ ଜଣେ ମଧ୍ୟ ଆହତ ହୋଇଛନ୍ତି  । ମୃତକ ଦୁଇଜଣ ୩୨ ବର୍ଷୀୟ ସନ୍ତୋଷ ଗୌଡ଼ ଓ ୨୬ ବର୍ଷୀୟ ନୀଳାଞ୍ଚଳ ଆଲଟିଆ। ସେହିଭଳି ୩୦ ବର୍ଷୀୟ ବଳରାମ ଗୌଡ଼ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି  ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ସମସ୍ତେ ଏକ ଦୋକାନ ପିଣ୍ଡାରେ ବସି କଥା ହେଉଥିଲେ  । ସେହି ସମୟରେ ଏହି ତିନିଜଣଙ୍କ ଉପରେ ବଜ୍ରପାତ ହୋଇଥିଲା  । ସମସ୍ତଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ବୁଗୁଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା  । ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିବା ସହ ଆହତଙ୍କର ଚିକିତ୍ସା ଜାରି ରଖିଛନ୍ତି  । ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ଥାନୀୟ ତହସିଲଦାର ଓ ଥାନାଧିକାରୀ ଉପସ୍ଥିତ ଥିଲେ  ।

Leave A Reply

Your email address will not be published.