Latest Odisha News

BREAKING NEWS

ମୃତ୍ୟୁ ପରେ ବି ଏହି ବ୍ୟକ୍ତିର କବର ଉପରେ ବଜ୍ରପାତ ହେବାରେ ଲାଗିଛି

ଲଣ୍ଡନ: ଅନେକ ସମୟରେ ଅସଫଳତା କିମ୍ବା ଅସୁବିଧା ନେଇ ଆମେ ଭାଗ୍ୟକୁ ଦାୟୀ କରିଥାଉ । ଅନେକ କ୍ଷେତ୍ରରେ ନିଜକୁ ଅନେକ ଦୁର୍ଭାଗ୍ୟଶାଳୀ ବୋଲି ଭାବିଥାନ୍ତି । ତେବେ ବ୍ରିଟେନର ୱାଲ୍ଟର ସମରଫୋର୍ଡକୁ ସବୁଠାରୁ ଅଭାଗା ବ୍ୟକ୍ତି ଭାବେ ବିବେଚନା କରାଯାଇଥାଏ । ୧୯୧୮ରେ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ସେ ବେଲଜିୟମରେ ନିୟୋଜିତ ଥିଲେ । ଥରେ ସେ ଘୋଡାରେ ବସି ଯାଉଥିବା ବେଳେ ତାଙ୍କ ଉପରେ ବଜ୍ରପାତ ହୋଇଥିଲା । ଅଂଟା ତଳକୁ ତାଙ୍କ ଶରୀର କାର୍ଯ୍ୟ କରୁ ନ ଥିଲା । ମାତ୍ର କିଛି ଦିନ ପରେ ସେ ସୁସ୍ଥ ହୋଇଥିଲେ । ତେବେ ୱାଲ୍ଟରଙ୍କ ପ୍ରତ୍ୟାବର୍ତନ କରନ୍ତୁ ବରିଷ୍ଠ ଅଧିକାରୀମାନେ ଚାହୁଁ ନ ଥିଲେ । ତାଙ୍କୁ ସେନାରୁ ସ୍ୱେଚ୍ଛାକୃତ ଅବସର ପ୍ରଦାନ କରାଯାଇଥିଲା । ଏହା ପରେ ସେ କାନାଡା ପଳାଇ ଆସିଥିଲେ ।

ସେ ଥରେ ମାଛ ଧରଥିବା ବେଳେ ପୁନର୍ବାର ତାଙ୍କ ଉପରେ ବଜ୍ରପାତ ହୋଇଥିଲା । ଶରୀରର ଗୋଟିଏ ପାଶ୍ୱର୍ ଅଚଳ ହୋଇ ପଡିଥିଲା । ଭାଗ୍ୟ ସହାୟ ହେବାରୁ ସେ ପୁନର୍ବାର ସୁସ୍ଥ ହୋଇଥିଲେ । ଏହାର ଠିକ ୬ ବର୍ଷ ପରେ ପୁନର୍ବାର ତାଙ୍କ ଉପରେ ବଜ୍ରପାତ ହୋଇଥିଲେ । ସେ ଗୁରୁତର ଅବସ୍ଥାରେ ୨ ବର୍ଷ କାଟିଥିଲେ । ଏହା ପରେ ତାଙ୍କ ମୃତ୍ୟୁ ଘଟିଥିଲା । ଏହା ପରେ ବି ବଜ୍ରପାତ ତାଙ୍କ ପିଛା ଛାଡି ନ ଥିଲା । ତାଙ୍କ କବର ଉପରେ ଏବେ ବି ପ୍ରତି ୬ ବର୍ଷ ବ୍ୟବଧାନରେ ବଜ୍ରପାତ ହେଉଛି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରୁଛି ।

Leave A Reply

Your email address will not be published.