Latest Odisha News

ଏକାଠି ବାଇକରେ ଆସୁଥିଲେ, ବଜ୍ରାଘାତରେ ଟଳିପଡ଼ିଲେ ବାପା-ପୁ୍ଅ

ଜଗତସିଂହପୁର : ବାପାଙ୍କୁ ଆଣିବାକୁ  ଯାଇଥିଲା ପୁଅ  । ବାଇକରେ ଏକାଠି ଫେରୁଥିଲେ ବାପ-ପୁଅ । ହେଲେ କିଏ ଜାଣିଥିଲା, ଏ ଯାତ୍ରା ଥିଲା ଉଭୟଙ୍କର ଶାେଷ ଯାତ୍ରା ଥିଲା ବୋଲି ? ଅଧାବାଟରେ ହେଲା ବଜ୍ରପାତ । ଅଧାବଟରେ ଟଳି ପଡିଲେ ବାପା-ପୁଅ । କେହି ଫେରିଲେନି ଘରକୁ । ସେହିଠାରେ ହିଁ ଚାଲିଗଲା ଜୀବନ । ଉଜୁଡି ଗଲା ଘର ସଂସାର । ଏମିତି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ଅଞ୍ଚଳରେ । ମୃତ ବାପ-ପୁଅ ହେଲେ ସହଜି କାଣ୍ଡି ଓ ତାଙ୍କ ପୁଅ ଉମାନି ।

ଗତକାଲି ରାତି ୯ଟା ସମୟର କଥା । ବାପା-ପୁଅ ଉଭୟେ କାମ କରିବା ପାଇଁ ଯାଇଥିଲେ । ଅପରାହ୍ନରେ କାମ ସରିବା ପରେ ଦୁହେଁ ମିଶି ବାଇକରେ ଘରକୁ ଫେରୁଥିଲେ । ବାଟରେ ଜାେରରେ ବର୍ଷା ହୋଇଥିଲା । ବର୍ଷା ସାଙ୍ଗକୁ ବଜ୍ରପାତ ବି ହୋଇଥିଲା ବଜ୍ରପାତରେ ବାପା-ପୁଅ ଅଚେତ ହୋଇପଡିଥିଲେ । ଡାକ୍ତାରଖାନାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏହି ଘଟଣା ପରେ ସାରା ଅଞ୍ଚଳରେ  ଦୁଃଖର ଲହରୀ  ଖେଳି ଯାଇଛି ।

 

 

 

 

 

Comments are closed.