Latest Odisha News

BREAKING NEWS

କମ୍ ସେବାୟତରେ ହେବ ଶ୍ରୀଜିଉଙ୍କ ସ୍ନାନଯାତ୍ରା

ପୁରୀ: କମ ସେବାୟତରେ ହେବ ସ୍ନାନପୂର୍ଣ୍ଣିମା । କେତେ କମ ସଂଖ୍ୟାରେ ସେବାୟତ ସ୍ନାନପୂର୍ଣ୍ଣିମା ନୀତି କରିପାରିବେ ସେ ନେଇ ଆସନ୍ତା ୨୫ ତାରିଖ ସୁଦ୍ଧା ଜଣାଇବେ । ସ୍ନାନ ଯାତ୍ରା ନୀତିରେ କେଉଁ ନିଯୋଗ ରୁ କେତେଜଣ ରହିବେ ସେନେଇ ତାଲିକା ରେ ସ୍ପଷ୍ଟ ଉଲ୍ଳେଖ କରିବ ନିଯୋଗ। ତାଲିକା ଅନୁସାରେ ସ୍ନାନ ପୂର୍ଣମୀ ଦିନ ସେତିକି ସେବାୟତଙ୍କୁ ସ୍ନାନ ନୀତି ପାଇଁ ଶ୍ରୀ ମନ୍ଦିର ଭିତରକୁ ଛଡ଼ାଯିବ । ସେମାନେ ପାଶ୍ ନେଇ ମନ୍ଦିର ଚାରିଦ୍ୱାର ମଧ୍ୟରେ ପ୍ରବେଶ କରିପାରିବେ । ବିନା ଭକ୍ତରେ ସ୍ନାନପୂର୍ଣ୍ଣିମା ନୀତି ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଛତିଶା ନିଯୋଗ ବୈଠକରେ ଆଜି ଏନେଇ ଆଲୋଚନା ହୋଇଛି ।

ଚତୃର୍ଥ ପର‌୍ୟ୍ୟାୟ ଲକଡାଉନ ଅବଧି ସରିବା ପରେ ଜୁନ ୧ ସୁଦ୍ଧା ଏନେଇ ସ୍ପଷ୍ଟ ହେବ । କୋଭିଡ ୧୯ରେ ଯାହା ନିର୍ଦ୍ଦେଶନାମା ଆସିବ ସେହି ଅନୁସାରେ ପଦକ୍ଷେପ ନିଆଯିବ । ବୈଠକରେ ରଥଟଣା ନେଇ ମଧ୍ୟ ଆଲୋଚନା ହେବ । ସେବାୟତ ମାନେ ନିଜେ ରଥଟାଣିବା ପାଇଁ ବୈଠକରେ ପ୍ରସ୍ତାବ ଦେଇଛନ୍ତି ।

ଛତିଶା ନିଯୋଗ ଓ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇ ଚୂଡାନ୍ତ ନିଷ୍ପତି ନିଆଯିବ । ସେପଟେ ରଥନିର୍ମାଣ ସଂପୃକ୍ତ ସେବକଙ୍କ କୋଭିଡ ଟେଷ୍ଟ ରିପୋର୍ଟ ପ୍ରଶାସନର ହସ୍ତଗତ ହୋଇଛି । ପ୍ରଥମ ପର‌୍ୟ୍ୟାୟରେ ଆସିଥିବା ସମସ୍ତ ରିପୋର୍ଟ ନେଗେଟିଭ ରହିଛି । ଏନେଇ ଶ୍ରୀମନ୍ଦିର ମୁଖ୍ୟପ୍ରଶାସନ କ୍ରୀଷନ କୁମାର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.