ଭୁବନେଶ୍ବର : ଓଁ ନମଃ ଶିବାୟ ଧ୍ବନୀରେ ପ୍ରକମ୍ପିତ ହେଲା ଏକାମ୍ର କ୍ଷେତ୍ର । ଶିବ ପଞ୍ଚାକ୍ଷରୀ ଧ୍ବନୀ ସହ ଭକ୍ତିମୟ ହେଲା ପରିବେଶ । ଲକ୍ଷ ଲକ୍ଷ ଭକ୍ତଙ୍କ ଅପେକ୍ଷାର ଅନ୍ତ ଘଟାଇ ଲିଙ୍ଗରାଜଙ୍କ ପୀଠରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଲା ମହାଦୀପ । ପାରମ୍ପରିକ ବେଢ଼ା ପରିକ୍ରମା ପରେ ଉଠିଥିଲା ମହାଦୀପ ।
ମହାଶିବରାତ୍ରୀ ପାଇଁ ଆଜି ସକାଳୁ ଲିଙ୍ଗରାଜଙ୍କ ପୀଠରେ ଦେଖିବାକୁ ମିଳିଥିଲା ଭକ୍ତଙ୍କ ଭିଡ଼ । ଦୀପ ଜାଳି ମହାଦେବଙ୍କ ଆଗରେ ଗୁହାରି କରିଥିଲା ଭକ୍ତ । ଦିନର ଖରା ସାଙ୍ଗ ଉପବାସ ଓ ରାତିର ମହାଦୀପ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଉତ୍କଣ୍ଠା । ତେବେ ରାତି ୧୦ଟାରେ ମହାଦୀପ ଉଠିବ ବୋଲି ପୂର୍ବରୁ ସ୍ଥିର ହୋଇଥିଲା । କିନ୍ତୁ ଏହାର ଯଥେଷ୍ଟ ପୂର୍ବରୁ ଉଠିଥିଲା ଶ୍ରୀଲିଙ୍ଗରାଜଙ୍କ ମହାଦୀପ । ମହାଦୀପ ଉଠିବା ମାତ୍ରେ ହରହର ମହାଦେବ ଧ୍ବନି ଓ ହୁଳହୁଳିରେ ଉଛୁଳିଥିଲା ଏକାମ୍ର କ୍ଷେତ୍ର । ଭକ୍ତମାନେ ମହାଦୀପ ଦର୍ଶନ କରି ଭାଙ୍ଗିଥିଲେ ନିଜର ଉପବାସ ।
Comments are closed.