Latest Odisha News

BREAKING NEWS

ଶ୍ରାବଣର ପ୍ରଥମ ସୋମବାର ପାଇଁ ପ୍ରସ୍ତୁତ ଲିଙ୍ଗରାଜ ମନ୍ଦିର, ଜାଣନ୍ତୁ କ’ଣ ରହିଛି ନିର୍ଘଣ୍ଟ

ଭୁବନେଶ୍ୱର: ଆସନ୍ତା କାଲି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର । ଏଥିପାଇଁ ଶନିବାର ଅପରାହ୍ନରୁ କାଉଡିଆ ମାନେ ପ୍ରଭୁଙ୍କ ଜଳାଭିଷେକ ନିମନ୍ତେ ଏଠାରେ ଭିଡ଼ ଜମାଇଲେଣି । ଶାନ୍ତି ଶୃଙ୍ଖଳାରେ ଦର୍ଶନ କାର୍ଯ୍ୟ କରାଇବା ପାଇଁ ମନ୍ଦିର ପ୍ରଶାସନର ପ୍ରସ୍ତୁତି ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ।

ପ୍ରସ୍ତୁତି :

୧. ମନ୍ଦିର ଚାରିପାଖରେ ବ୍ୟାରିକେଡ ତିଆରି କାର୍ଯ୍ୟ ଆରମ୍ଭ ହୋଇ ସାରିଛି ।

୨. ମନ୍ଦିରର ସିଂହ ଦ୍ୱାର ଠାରୁ ଉତ୍ତର ଦ୍ୱାର ଓ ଦକ୍ଷିଣ ଦ୍ୱାର ପର୍ଯ୍ୟନ୍ତ ଏହି ବ୍ୟାରିକେଡ ରହିବ ।

୩. ବଢ଼େଇ ବାଙ୍କ ଛକ ଠାରୁ ମନ୍ଦିର ପର୍ଯ୍ୟନ୍ତ ଆମିଷ ବିକ୍ରି କରୁଥିବା ଦୋକାନ ଗୁଡିକ ବନ୍ଦ ରଖାଯାଇଛି ।

୪. କାଉଡିଆ ମାନଙ୍କ ସୁରକ୍ଷା ପାଇଁ ରବିବାର ସନ୍ଧ୍ୟାରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ନିର୍ଘଣ୍ଟ :

୧. ରାତ୍ର ୩ ଘଟିକାରୁ ମନ୍ଦିରର ପହଡ଼ ଖୋଲିବ ।

୨. ମଙ୍ଗଳ ଆଳତୀ ଓ ଅବକାଶ ପରେ ପ୍ରାତଃ ୪ ଘଟିକାରୁ ପ୍ରଭୁଙ୍କର ସାହାଣ ମେଲା ଦର୍ଶନ ଆରମ୍ଭ ହେବ ବୋଲି ଲିଙ୍ଗରାଜ ମନ୍ଦିରର ଅଧିକାରୀ ପ୍ରଦୀପ କୁମାର ସାହୁ କହିଛନ୍ତି ।

କାଉଡ଼ିଆ ମାନେ ଆଡ଼କାଠ ପାଖରେ ଧାଡି ବାନ୍ଧି ଛିଡା ହେବେ, ଯେଉଁଠାରୁ ଏକ କପର ପାଇପ ମହାଦେବଙ୍କ ଲିଙ୍ଗ ଯାଏଁ ସଂଯୋଗ କରାଯାଇଛି । ସେହି କପର ପାଇପରେ କାଉଡ଼ିଆ ମନେ ପାଣି ଢାଳିଲେ, ଏହା ସିଧାସଳଖ ଯାଇ ପ୍ରଭୁ ଲିଙ୍ଗରାଜଙ୍କ ମୁଣ୍ଡରେ ପଡିବ । ଏଥିପାଇଁ ପ୍ରତ୍ୟେକ କାଉଡ଼ିଆଙ୍କୁ ୧୦ଟଙ୍କା ଲେଖାଏଁ ପାଉଣା ଦେବାକୁ ପଡିବ।

Leave A Reply

Your email address will not be published.