Latest Odisha News

ଆସନ୍ତାକାଲିଠାରୁ ଲିଙ୍ଗରାଜଙ୍କ ସେବାୟତଙ୍କୁ ଦିଆଯିବ କରୋନା ଟିକା

ଭୁବନେଶ୍ବର : ଆସନ୍ତାକାଲିଠାରୁ ଲିଙ୍ଗରାଜଙ୍କ ସେବାୟତଙ୍କୁ ଦିଆଯିବ କରୋନା ଟିକା । ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ପ୍ରତିଦିନ ୫୦ ଜଣ ଲେଖାଏଁ ସେବାୟତଙ୍କୁ ଟିକାକରଣ କରାଯିବ ।

କରୋନା ଟିକା ନେବେ ଲିଙ୍ଗରାଜ ମନ୍ଦିରର ପ୍ରାୟ ତିନି ଶହରୁ ଅଧିକ ସେବାୟତ । ଏଥିପାଇଁ ବିଏମସି ହସ୍ପିଟାଲରେ ସମସ୍ତ ବ୍ୟବସ୍ଥା କରାଯାଇଛି । ସକାଳ ୧୦ଟାରୁ ଆରମ୍ଭ ହେବ ଟିକାକରଣ । ସେହିପରି କରୋନା ମହାମାରୀ ବିରୋଧରେ ରାଜ୍ୟରେ ଟିକାକରଣ ଅଭିଯାନ ଜାର ରହିଥିବା ବେଳେ, ୧୬ ତାରିଖ ସୁଦ୍ଧା ରାଜଧାନୀ ଭୁବନେଶ୍ବରରେ ଟିକା ନେଇ ସାରିଲେଣି ୧ ଲକ୍ଷ ୭ ହଜାର ୬୭୮ ଜଣ ।

ସମସ୍ତ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସୋମବାର, ଗୁରୁବାର ଓ ଶନିବାର ଟିକା ଦିଆଯାଉଥିବା ବେଳେ, ଘରୋଇ ହସ୍ପିଟାଲରେ ରବିବାର ଓ ଅନ୍ୟ ଛୁଟିଦିନ ବ୍ୟତୀତ ଅନ୍ୟଦିନ ମାନଙ୍କରେ ଟିକାକରଣ କରାଯାଉଥିବା ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.