Latest Odisha News

ନନ୍ଦନକାନନରେ ଆଖି ବୁଜିଲା ସିଂହୀ ‘ବିନି’: ୫ ଦିନ ଧରି ଅସୁ୍ସ୍ଥ ଥିଲା

ଭୁବନେଶ୍ୱର:୫ ଦିନ ଧରି ଅସୁସ୍ଥ ଥିବା ବିନି ଆଖି ବୁଜିଲା ।ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଇସ୍ରାଏଲି ସିଂହୀ ବିନିର ବୟସାଧିକ କାରଣରୁ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାକୁ ୧୬ ବର୍ଷ ହୋଇଥିଲା ।

ବିନି ଗତ ୫ ତାରିଖରୁ ଅସୁସ୍ଥ ଥିଲା । ୩ ଜଣିଆ ଡାକ୍ତରୀ ଟମ ତାର ଚିକିତ୍ସା କରୁଥିଲେ । ଗତକାଲି ତାର ମୃତ୍ୟୁ ଘଟିଥିବା ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ବିନିର ମୃତ୍ୟୁ ପରେ ଏବେ ସିଂହ ସଫାରିରେ ସିଂହ ସଂଖ୍ୟା ୨୧କୁ ଖସିଛି  । ୨୦୦୭ରେ ବିନିର ଜନ୍ମ । ୮ ବର୍ଷ ବୟସରେ ଅର୍ଥାତ ୨୦୧୫ରେ  ଇସ୍ରାଏଲରୁ  ଓଡ଼ିଶା ଆସିଥିଲା ବିନି । ବିନି ସହ ଅନ୍ୟ ୪ଟି ସିଂହ ଏବଂ ଜେବ୍ରା ମଧ୍ୟ ଆସିଥିଲେ । ଇତିମଧ୍ୟରେ ଅନ୍ୟ ସମସ୍ତଙ୍କର ମୃତ୍ୟୁ ଘଟି ସାରିଛି ।

ଯାହ ବି ହେଉ, ଦୀର୍ଘବର୍ଷ ଧରି ବିନି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା । ଏବେ ଶେଷରେ ବିନିର ମୃ୍ତ୍ୟୁ ଘଟିଛି । ବିନିର ମୃତ୍ୟୁ ପରେ ୧୨ଟି ଅଣ୍ଡିରା ଏବଂ ୯ଟି ମାଈ ସିଂହ ଅଛନ୍ତି ।

Comments are closed.