କୋଲକାତା: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ୍ ମେସି ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି। ଗତକାଲି ବିଳମ୍ବିତ ରାତିରେ ତାଙ୍କ ବିମାନ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲା।
ତାଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିିଥିଲା। ଫୁଟବଲ୍ ପ୍ରେମୀଙ୍କ ସହ ସିଟି ଅଫ୍ ଜୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ତେବେ ମେସି କୋଲକାତାରେ ପହଞ୍ଚିବା ପରେ ଆନୁଷ୍ଠାନିକ ଭାବରେ ତାଙ୍କର ୩ ଦିନିଆ ଭାରତ ଗସ୍ତ ଆରମ୍ଭ ହୋଇଛି।
ଅପରପକ୍ଷରେ ମେସି ପ୍ରାୟ ୪୫ ମିନିଟ୍ ପାଇଁ ମୁମ୍ବାଇରେ ଆୟୋଜିତ ଏକ ଫ୍ୟାଶନ୍ ଶୋ’ରେ ମଧ୍ୟ ଅଂଶଗ୍ରହଣ କରିବେ। ଲୁଇସ୍ ସୁଆରେଜ୍ ଏବଂ ଆର୍ଜେଣ୍ଟିନା ମିଡ୍ଫିଲ୍ଡର ରୋଡ୍ରିଗୋ ଡି ପଲ୍ ମଧ୍ୟ ଫ୍ୟାଶନ୍ ଶୋ’ରେ ସାମିଲ ହେବେ। ଏହି ଐତିହାସିକ ଗସ୍ତ ସମୟରେ ମେସି ମୁଖ୍ୟମନ୍ତ୍ରୀ, କର୍ପୋରେଟ୍ ନେତା, ବଲିଉଡ୍ ସେଲିବ୍ରିଟି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବୈଠକରେ ଯୋଗଦେବେ।
ତେବେ ୨୦୨୫ ଭାରତ ଗସ୍ତ ସମୟରେ ଲିଓନେଲ୍ ମେସି ମୋଟ ଚାରୋଟି ସହର ପରିଦର୍ଶନ କରିବେ। ସେଥି ମଧ୍ୟରେ ରହିଛି କୋଲକାତା, ହାଇଦ୍ରାବାଦ, ମୁମ୍ବାଇ ଏବଂ ଦିଲ୍ଲୀ।