ନୂଆଦିଲ୍ଲୀ: ଭାରତୀୟ ଫୁଟବଲପ୍ରେମୀଙ୍କ ପାଇଁ ଖୁସୀ ଖବର । ବିଶ୍ୱର ମହାନ ଫୁଟବଲର ଲିଓନେଲ ମେସୀ ଭାରତ ଗସ୍ତରେ ଆସିବେ । ଚଳିତ ବର୍ଷ ଶେଷ ଭାଗରେ ଆର୍ଜେଂଟିନାର ଏହି ଷ୍ଟାର ଖେଳାଳି ଡିସେମ୍ବର ୧୩ରୁ ୧୫ ମଧ୍ୟରେ କୋଲକାତା, ମୁମ୍ବାଇ ଓ ଦିଲ୍ଲୀ ଯିବେ । ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଖବର ଅନୁସାରେ ଡିସେମ୍ବର ୧୪ରେ ୱାଙ୍ଖେଡରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜିତ କରାଯିବ । ଏହି ଅବସରରେ ମେସୀ ଭାରତର ଷ୍ଟାର କ୍ରିକେଟର ଏମ ଏସ ଧୋନୀ, ସଚିନ ତେନ୍ଦୁଲକର,ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ଭେଟିବେ । ଯଦି ସବୁ କିଛି ଠିକଠାକ ରୁହେ ତେବେ ମେସୀଙ୍କ ସେମାନଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଖେଳି ପାରନ୍ତି ।
ମେସୀ କେବେ କୋଲକାତା ଯିବେ ତାହା ଚୂଡାନ୍ତ ହୋଇ ନ ଥିଲେ ମଧ୍ୟ ଇଡେନଗାର୍ଡେନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତାଙ୍କୁ ସମ୍ବର୍ଦ୍ଧିତ କରି ପାରନ୍ତି । ଏହି ଅବସରରେ ସେ ଫୁଟବଲ କ୍ଲିନିକ ଓ ଫୁଟବଲ ୱର୍କସପ ଉଦଘାଟନ କରିବେ । ମେସୀ ଏହା ପୂର୍ବରୁ ୨୦୧୧ରେ ଭାରତ ଗସ୍ତରେ ଆସିଥିଲେ । ସଲ୍ଟଲେକ ଷ୍ଟାଡିୟମରେ ସେ ଭେନଜୁଏଲା ବିପକ୍ଷ ମ୍ୟାଚରେ ଆର୍ଜେଂଟିନା ପକ୍ଷରୁ ଖେଳିଥିଲେ । ସବୁ କିଛି ଚୂଡାନ୍ତ ହେବା ପରେ କାର୍ଯ୍ୟସୂଚୀ ଘୋଷଣା କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ।
Comments are closed.