Latest Odisha News

ବାର୍ସିଲୋନାକୁ ବାଏ ବାଏ କହିବେ ମେସୀ ! ବିକ୍ରି ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

ବାର୍ସିଲୋନା ସହ ୨୦ ବର୍ଷର ସମ୍ପର୍କ କାଟିପାରନ୍ତି ଷ୍ଟାର ଫୁଟବଲ ଖେଳାଳି ଲିଓନେଲ୍ ମେସୀ । କ୍ଲବ ଛାଡ଼ିବା ନେଇ ସେ ଯୋଜନା କରିଥିବା ଚର୍ଚ୍ଚା ହେଉଛି । ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ୟୁରୋପୀୟ ୟୁନିଅନ୍ ମିଡିଆରେ ଚର୍ଚ୍ଚା ହେଉଛି । ସ୍ପେନର କ୍ଲବ ବାର୍ସିଲୋନା ପାଇଁ ୨୦ ବର୍ଷର ଲମ୍ବା ଇନିଂସ ଖେଳିଛନ୍ତି ମେସୀ ।

ଗତ ୧୧ ଦିନ ତଳେ ଲିସବନରେ ଅନୁଷ୍ଠିତ ଚାମ୍ପିଅନ୍ସ ଲିଗ୍ କ୍ୱାର୍ଟର ଫାଇନାଲରେ ବାଏର୍ଣ୍ଣ ମୁନିଚ ନିକଟରୁ ମେସୀଙ୍କ ନେତୃତ୍ୱାଧୀନ ବାର୍ସିଲୋନା କ୍ଲବ ୮-୨ରେ ଲଜ୍ଜାଜନକ ପରାଜୟ ବରଣ କରିଥିଲା । ଏହାପରେ ମେସୀ ବାର୍ସିଲୋନା ଛାଡ଼ି ଅନ୍ୟ କୌଣସି କ୍ଲବରେ ଖେଳା ପାରନ୍ତି ।

୨୦୨୧ ଯାଏଁ ସ୍ପାନିକ କ୍ଲବ ସହ ଚକ୍ତିବଦ୍ଧ ଅଛନ୍ତି ଲେଓନେଲ୍ ମେସୀ । ତାଙ୍କୁ କିଣିବା ଯେକୌଣସି ଦଳ ପାଇଁ ଏତେ ସହଜ ନୁହେଁ । ତାଙ୍କର ଟ୍ରାନ୍ସଫର ଫି ଆକାଶ ଛୁଆଁ । କୌଣସି ଟିମ୍ ତାଙ୍କୁ କିଣିବାକୁ ଚାହିଁଲେ ବାର୍ସିଲୋନା ଟିମକୁ ପାଖାପାଖି ୭ଶହ ମିଲିଅନ ୟୁରୋ ଅର୍ଥା ୬୧୬୦ କୋଟି ଟଙ୍କା ଦେବାକୁ ପଡ଼ିବ ।

୧୩ ବର୍ଷ ବୟସରେ ବାର୍ସିଲୋନାର ୟୁଥ୍ ଏକାଡେମୀରେ ଯୋଗ ଦେଇଥିଲେ ମେସୀ । ୧୭ବର୍ଷ ବୟସରେ ୨୦୦୪ରେ ଡେବ୍ୟୁ କରିଥିଲେ । ତାଙ୍କ ନେତୃତ୍ୱରେ ବାର୍ସିଲୋନା ଚାରି ଥର ଚାମ୍ପିଅନ୍ସ ଲିଗ୍ ଜିତିଛି ।

Leave A Reply

Your email address will not be published.