Latest Odisha News

ଗୋଲ୍ଡେନ ବୁଟ ପିନ୍ଧି ଶେଷ ବିଶ୍ୱକପ ଖେଳିବେ ମେସି

ଦୋହା: ଆର୍ଜେଂଟିନା ଅଧିନାୟକ ଲିଓନେଲ ମେସି ତାଙ୍କ ଶେଷ ବିଶ୍ୱକପରେ ଗୋଲ୍ଡେନ ବୁଟ ପିନ୍ଧି ମ୍ୟାଚ ଖେଳିବେ ପାଇଁ ନିଷ୍ପତି ନେଇଛନ୍ତି । ଶେଷ ବିଶ୍ୱକପରେ ଟ୍ରଫି ଜିତିବା ତାଙ୍କର ସ୍ୱପ୍ନ ବୋଲି ସେ ସ୍ପଷ୍ଟ କରି ସାରିଛନ୍ତି । ମେସିଙ୍କ ଟିମ ଆର୍ଜେଂଟିନା କ୍ରମାଗତ ୩୬ ମ୍ୟାଚ ହାରି ନାହିଁ । ମେସି କ୍ୟାରିୟରର ସମସ୍ତ ଉପଲବ୍ଧି ହାସଲ କରି ସାରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଜାତୀୟ ଦଳ ପାଇଁ ଟ୍ରଫି ହାସଲ କରିପାରି ନାହାନ୍ତି । ସେ ତାଙ୍କ ଗୋଲ୍ଡେନ ବୁଟ ୨୨ ନଭେମ୍ବରରେ ସାଉଦି ଆରବ ବିପକ୍ଷ ମ୍ୟାଚରେ ପିନ୍ଧି କରି ଖେଳିବେ । ୨୦୧୪ରେ ଆର୍ଜେଂଟିନା ସେମି ଫାଇନାଲରେ ଜର୍ମାନୀଠାରୁ ହାରି ବିଦାୟ ନେଇଥିଲା । ସେବେଠାରୁ ଦଳ ଉଦ୍ୟମ କରୁଛି ସତ କିନ୍ତୁ ଟ୍ରଫି ହାତ ମୁଠାକୁ ଆସିପାରୁ ନାହିଁ ।

୨୦୧୬ କୋପା ଆମେରିକା ଫାଇନାଲରେ ଚିଲିଠାରୁ ହାରିବା ପରେ ମେସି ଆନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଥିଲେ । ମାତ୍ର ପରେ ସେ ତାଙ୍କ ନିଷ୍ପତି ବଦଳାଇ ଥିଲେ ଏବଂ ଆଜି ପର୍ଯ୍ୟନ୍ତ ଦଳର ନେତୃତ୍ୱ ନେଇ ଆସୁଛନ୍ତି । ଏହା ତାଙ୍କ କ୍ୟାରିୟରର ୫ମ ବିଶ୍ୱକପ ହେବ । ୨୦୦୬ରେ ସେ ପ୍ରଥମ ଥର ପାଇଁ ବିଶ୍ୱକପରେ ଖେଳିଥିଲେ । ବିଶ୍ୱକପରେ ସର୍ବାଧିକ ୧୯ ମ୍ୟାଚ ଖେଳିବା ରେକର୍ଡ ତାଙ୍କ ନାମରେ ରହିଛି । ନିଜ ଦେଶ ପକ୍ଷରୁ ମଧ୍ୟ ସର୍ବାଧିକ ୧୬୫ ମ୍ୟାଚ ଖେଳି ସେ ୯୧ ଗୋଲ ସ୍କୋର କରିଛନ୍ତି ।

Leave A Reply

Your email address will not be published.