Latest Odisha News

BREAKING NEWS

ମେସିଙ୍କୁ ଦେଖିବା ପାଇଁ ହଙ୍ଗାମା; ଷ୍ଟାଡିୟମ୍ ଭାଙ୍ଗିଲେ ଉତ୍ତେଜିତ ଫ୍ୟାନ୍ସ

କୋଲକାତା: ଲିଓନେଲ୍ ମେସିଙ୍କ କୋଲକାତା ଗସ୍ତ ସମୟରେ ଏପରି କିଛି ଘଟିଛି ଯାହାକି ଅତ୍ୟନ୍ତ ଆଶ୍ଚର୍ଯ୍ୟକର ଥିଲା। ତେବେ ମେସିଙ୍କ ଉପସ୍ଥିତି ସମୟରେ ସଲ୍ଟ ଲେକ୍‌ର ବିବେକାନନ୍ଦ ଯୁବ ଭାରତୀ ଷ୍ଟାଡିୟମ୍ ଭିତରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ସହ ବିଶୃଙ୍ଖଳା ଏବଂ ହଙ୍ଗାମା ସୃଷ୍ଟି ହୋଇଥିଲା।

ତେବେ ଷ୍ଟାଡିୟମ୍ ଭିତରେ ପ୍ରବେଶ, ସିଟ୍ ଏବଂ ଦୃଶ୍ୟମାନତା କୁ ନେଇ ଅନେକ ଭୁଲ ପରିଚାଳନା ହୋଇଥିଲା। ଅନେକ ପ୍ରଶଂସକ ମେସିଙ୍କୁ ନିକଟରୁ ଦେଖିବା ପାଇଁ ଆଶା କରିଥିଲେ କିନ୍ତୁ ହଠାତ୍ ସେମାନେ ଜାଣିବାକୁ ପାଇଥିଲେ ଯେ ଅଧିକାଂଶ ଦର୍ଶକ ମେସିଙ୍କୁ ପାଖରୁ ଦେଖିପାରିବେ ନାହିଁ। ଯାହାଫଳରେ ସେଠାରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା। ଦର୍ଶକ କ୍ରୋଧରେ ପୋଷ୍ଟର ଏବଂ ହୋର୍ଡିଂ ଭଙ୍ଗାରୁଜା ଆରମ୍ଭ କରିଦେଇଥିଲେ। ବୋତଲ ମଧ୍ୟ ଫିଙ୍ଗିଥିଲେ। ଯାହାଫଳରେ ପରିସ୍ଥିତି ବିଗିଡ଼ି ଯାଇଥିଲା ଓ ସେଠାରେ ସୁରକ୍ଷା ଏଜେନ୍ସିଗୁଡ଼ିକୁ ଅତିରିକ୍ତ ଫୋର୍ସ ମୁତୟନ କରିବାକୁ ପଡିଥିଲା।

ବିଶୃଙ୍ଖଳାକୁ ନଜରରେ ରଖି ମେସିଙ୍କୁ ଅନ୍ୟ VVIP ଅତିଥିମାନଙ୍କ ସହିତ କଡ଼ା ସୁରକ୍ଷା ମଧ୍ୟରେ ବାହାରକୁ ନିଆଯାଇଥିଲା।ତେବେ ମେସି ଷ୍ଟାଡିୟମ୍ ଭିତରେ ରେ ୧୦ ମିନିଟରୁ କମ୍ ସମୟ ପାଇଁ ଉପସ୍ଥିତି ଥିଲେ ବୋଲି ରିପୋର୍ଟ ରୁ ଜଣାପଡିଛି।

ଘଣ୍ଟା ଘଣ୍ଟା ଅପେକ୍ଷା କରିବା ସତ୍ତ୍ୱେ ମଧ୍ୟ ଆର୍ଜେଣ୍ଟିନାର ବିଶ୍ୱକପ୍ ବିଜୟୀ ଅଧିନାୟକଙ୍କ ଝଲକ ପାଇବାରୁ ବଞ୍ଚିତ ହୋଇଥିବା ପ୍ରଶଂସକ ମାନେ ଏହି ଘଟଣାରେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି। ବର୍ତ୍ତମାନ୍ ଷ୍ଟାଡିୟମ ଭିତରର ଭିଡିଓଗୁଡ଼ିକ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେଠାରେ ଭଙ୍ଗାରୁଜା, ଠେଲାପେଲା ଏବଂ ବିଶୃଙ୍ଖଳା ହେବାର ସ୍ପଷ୍ଟ ଦେଖାଯାଉଛି।

ତେବେ ଲିଓନେଲ ମେସିଙ୍କ GOAT ଇଣ୍ଡିଆ ଟୁର୍ ଆଜି ଅର୍ଥାତ୍ ଡିସେମ୍ବର ୧୩ ତାରିଖରେ କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମରୁ ହିଁ ଆରମ୍ଭ ହୋଇଥିଲା। ଯେଉଁଠାରେ ତାଙ୍କର ପ୍ରଥମ ଇଭେଣ୍ଟ ଭୁଲ ପରିଚାଳନା ଯୋଗୁଁ ପ୍ରଭାବିତ ହୋଇଛି। ମେସି ଙ୍କ ଏହି ତିନି ଦିନିଆ ଭାରତ ଗସ୍ତରେ ପ୍ରଶଂସକଙ୍କ ସାକ୍ଷାତ ଏବଂ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ରହିଛି ଯେଉଁଥିରେ ସେ ଚାରୋଟି ସହର ଯିବା ନେଇ ଜଣାପଡ଼ିଛି।

 

Leave A Reply

Your email address will not be published.