Latest Odisha News

BREAKING NEWS

ଏପ୍ରିଲରୁ ମହଙ୍ଗା ହେବ ମଦ ଦର, ଅବକାରୀ ନୀତିରେ ନୂଆ କ’ଣ?

ଭୁବନେଶ୍ୱର: ଏପ୍ରିଲ ୧ରୁ ରାଜ୍ୟରେ ମଦ ଦର ୫ରୁ ୧୦ ପ୍ରତିଶତ ବଢ଼ିବାକୁ ଯାଉଛି। ସରକାର ଲାଇସେନ୍ସ ଓ ଆପ୍ଲିକେସନ ଫି’ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୨୩-୨୪ ପାଇଁ ନୂଆ ଅବକାରୀ ନୀତିରେ ଯୋଗାଣକାରୀ ଏବଂ ଖୁଚୁରା ବ୍ୟବସାୟୀଙ୍କୁ ସାମିଲ କରାଯାଇଛି। ଗୁରୁବାର ଅବକାରୀ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ଭାରତୀୟ ନିର୍ମିତ ବିଦେଶୀ ମଦ (ଆଇଏମ୍ଏଫ୍ଏଲ୍) ପାଇଁ ଉତ୍ପାଦ ଶୁଳ୍କରେ ମଧ୍ୟ ସାମାନ୍ୟ ବୃଦ୍ଧି କରାଯିବ। ଏହା ଫଳରେ ଖୁଚୁରା ମଦ ଦର ୫ରୁ ୧୦ ପ୍ରତିଶତ ଯାଏ ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି।

ଅବକାରୀ ନୀତିରେ ନୂଆ କ’ଣ?

  • ମଦ ଦୋକାନୀ ତାଙ୍କ ଦୋକାନରେ ‘ସରକାରୀ’ ବୋଲି ଉଲ୍ଲେଖ କରିବେ ନାହିଁ
  • ସାଇନ୍‌ବୋର୍ଡରେ ‘ସ୍ବୀକୃତିପ୍ରାପ୍ତ ମଦ ଦୋକାନ’ ବୋଲି ଲେଖିବେ
  • ଦୋକାନର ନାମ କୈଣସି ଭଗବାନ କିମ୍ବା ବିଶିଷ୍ଟ ବ୍ୟକ୍ତିଙ୍କ ନାମରେ ରହିପାରିବେ ନାହିଁ
  • ଦୋକାନ ସାମ୍ନାରେ ମଦ ଦର ସୂଚୀ ଝୁଲାଇବେ
  • ଦୋକାନ ଖୋଲିବା ଏବଂ ବନ୍ଦ ହେବା ସମୟ ଉଲ୍ଲେଖ ରହିବ
  • କେଉଁମାନେ ମଦ କିଣିପାରିବେ ଏବଂ କେଉଁମାନେ କିଣିପାରିବେ ନାହିଁ ଉଲ୍ଲେଖ ରହିବ
  • ମଦ ‘ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ’ ବୋଲି ସାଇନ ବୋର୍ଡରେ ବଡ଼ ଅକ୍ଷରେ ଲେଖାଯିବ
  • ପୂର୍ବଭଳି ହୋମ୍‌ ଡେଲିଭରି ଜାରିରହିବ
  • ରାଜ୍ୟର ବେଳାଭୂମି ଗୁଡ଼ିକରେ ମଦ ଦୋକାନ ଖୋଲି ହେବ
  • ପର୍ଯ୍ୟଟନକୁ ଏହା ଆଗକୁ ବଢ଼ିଇବ ବୋଲି ରାଜ୍ୟ ସରକାରଙ୍କ ବିଶ୍ବାସ
  • ଏହି ଲାଇସେନ୍ସ କେବଳ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)କୁ ଦିଆଯିବ
  • କୌଣସି ଘରୋଇ ଅପରେଟରଙ୍କୁ ଦିଆଯିବ ନାହିଁ
  • ସମୁଦ୍ର ବେଳାଭୂମି ବ୍ୟତୀତ ବିଭିନ୍ନ ଜଳାଶୟ ଯଥା ନଦୀ, ହ୍ରଦ ଓ ଡ୍ୟାମ୍ ନିକଟରେ ମଦ ଦୋକାନ ଖୋଲାଯାଇପାରିବ
  • ପ୍ରତି ବେଳାଭୂମିରେ ମଦ ଦୋକାନ  ପାଇଁ ବାର୍ଷିକ ଲାଇସେନ୍ସ ଫି’ ୫୦ ହଜାର ଟଙ୍କା ହେବ
  • ଲାଇସେନ୍ସଧାରୀ ଭାବେ ଓଟିଡିସି ସମସ୍ତ ପ୍ରକ୍ରିୟା ଅନୁପାଳନ ପାଇଁ ଦାୟୀ ରହିବ
  • ନୂଆ ନୀତି ଅନୁଯାୟୀ, ବର୍ଷକ ମଧ୍ୟରେ ନୂଆ ମଦ ‘ଅଫ୍ ସପ୍’ ପାଇଁ ଲାଇସେନ୍ସ ମିଳିବ ନାହିଁ
  • କିନ୍ତୁ ବର୍ତ୍ତମାନର ଦୋକାନଗୁଡ଼ିକର ଲାଇସେନ୍ସ ନବୀକରଣକୁ ଅନୁମତି ଦିଆଯିବ
  • ଗ୍ରାମାଞ୍ଚଳରେ ‘ଅନ୍ ସପ୍’ ଖୋଲିବା ପାଇଁ ଆବେଦନ ଗ୍ରହଣ କରାଯିବ ନାହିଁ
  • ନୂଆ କିମ୍ବା ନବୀକରଣ ପାଇଁ ଆବେଦନ ଶୁଳ୍କ ୧.୧ ଲକ୍ଷ ଟଙ୍କାରୁ ୧.୨ ଲକ୍ଷ ଟଙ୍କାକୁ ବୃଦ୍ଧି
  • ସମସ୍ତ ବ୍ରାଣ୍ଡର ଏଫ୍ଏଲ୍ ଓଏଫ୍ଏଫ୍, ଏଫ୍ଏଲ୍ ଓଏନ୍ ଦୋକାନ ପାଇଁ ବାର୍ଷିକ କମ୍ପୋଜିଟ୍ ଲେବଲ୍ ରେଜିଷ୍ଟ୍ରେସନ୍ ଫି’ ୫୦ ହଜାର ଟଙ୍କା ଧାର୍ଯ୍ୟ
  • ପୂର୍ବରୁ ଏହା ୪୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଥିଲା
  • ରାଜ୍ୟ ସରକାରଙ୍କ ୫-ଟି ଆକ୍ସନ ପ୍ଲାନ୍ ଅନୁଯାୟୀ ପରମିଟ୍, ପାସ୍, ଲାଇସେନ୍ସ୍ ଏବଂ ଦେୟ ପ୍ରଦାନ ଭଳି ବିଭିନ୍ନ ପ୍ରକ୍ରିୟାର ଉପରେ ଗୁରୁତ୍ୱ

Comments are closed.