Latest Odisha News

BREAKING NEWS

ଗଞ୍ଜାମ: ମଦ ଦୋକାନ କର୍ମଚାରୀଙ୍କୁ ହତ୍ୟା ସନ୍ଦେହ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଜଗଦଳପୁର ଗାଁରେ ଏକ ଦେଶୀ ମଦଭାଟିର ସେଲ୍ସମ୍ୟାନଙ୍କ ମୃତଦେହ ରାସ୍ତାକଡରେ ପଡିଥିବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି ।

ଅନ୍ୟପକ୍ଷରେ ମୃତକଙ୍କ ନାମ ବିଜୟ ଡାକୁଆ ବୋଲି ଜଣାପଡିଥିବା ବେଳେ ସେ ନିକଟସ୍ଥ ଏକ ଦେଶୀ ମଦ ଦୋକାନରେ ସେଲ୍ସମ୍ୟାନ ଭାବରେ କାମ କରୁଥିବା ନେଇ ଜଣାପଡିଛି ।

ସୂଚନା ଅନୁଯାୟୀ ଗତକାଲି ରାତିରେ ବିଜୟ ଦୋକାନରୁ ଫେରୁଥିବା ବେଳେ କେହି ଦୁବୃର୍ତ୍ତ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ନେଇ ଜଣାପଡିଛି । ଏଥିସହିତ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ କରାଯାଇଥିବା ନେଇ ସାଧାରଣରେ ସନ୍ଦେହ ପ୍ରକାଶ କରାଯାଇଛି ।

ତେବେ ଆଜି ସକାଳେ ସ୍ଥାନୀୟ ଲୋକମାନେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବିଜୟଙ୍କ ମୃତଦେହ ରାସ୍ତାକଡରେ ପଡିଥିବା ଦେଖିବାକୁ ପାଇଥିଲେ । ଏଥିସହିତ ତାଙ୍କ ଦେହର ଅନେକ ସ୍ଥାନରେ ଗଭୀର ଆଘାତ ଲାଗିଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.