ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଜଗଦଳପୁର ଗ୍ରାମରେ ଲୋକନାଥ ସାହୁ ନାମକ ଜଣେ ବ୍ୟକ୍ତି ଘରେ ବିଦେଶୀ ମଦ ରଖି ବିକ୍ରି କରିଥିବା ଅଭିଯୋଗରେ ଅବକାରୀ ବିଭାଗ ଶୁକ୍ରବାର ଚଢ଼ାଉ କରିଥିଲା । ତେବେ ଅଧିକାରୀଙ୍କୁ ଦେଖି ଲୋକନାଥ ଘରେ ତାଲା ପକାଇଦେଇଥିଲେ । ଶେଷରେ ଅଧିକାରୀମାନେ ଗ୍ରୀଲ ଭାଙ୍ଗି ଘର ଭିତରେ ପଶିଥିଲେ ।
ମିଳିଥିବା ସୂଚନା ଅନୁଯାୟୀ, ଜଗଦଳପୁର ଗ୍ରାମ ଷୁଣ୍ଢିସାହିର ଲୋକନାଥ କିଛି ବର୍ଷ ହେଲା ନିଜ ଘରେ ବେଆଇନ ଭାବେ ବିଦେଶୀ ମଦ ରଖି ବିକ୍ରି କରୁଥିଲେ। ଏନେଇ ଅଭିଯୋଗ ହେବା ପରେ ଶୁକ୍ରବାର ସକାଳୁ ସଦର ରେଞ୍ଜ ଇନସ୍ପେକ୍ଟର ଅର୍ଜୁନ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଏକ ଟିମ ଉକ୍ତ ଘର ଉପରେ ଚଢ଼ାଉ କରିବା ପାଇଁ ଯାଇଥିଲେ । କିନ୍ତୁ ଲୋକନାଥ ଅବକାରୀ ପୁଲିସକୁ ଦେଖି ଘର ଭିତରପଟୁ ଗ୍ରୀଲ ଚାବି ପକାଇବା ସହ ଝରକା,କବାଟ ବନ୍ଦ କରି ଦୀର୍ଘ ସମୟ ପର୍ଯ୍ୟନ୍ତ ଗ୍ରୀଲର ଚାବି ଖୋଲିନଥିଲା। ଅବକାରୀ ଅଧିକାରୀମାନେ ଦୀର୍ଘ ୩ଘଣ୍ଟା ଧରି ଘର ବାହାରେ ଜଗି ରହିଥିଲେ। ଶେଷରେ କୁକୁଡ଼ାଖଣ୍ଡି ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ମାଜିଷ୍ଟ୍ରେଟ ଦାୟିତ୍ୱରେ ଆସି ପହଞ୍ଚିବା ପରେ ଗ୍ରୀଲ ଭାଙ୍ଗି ଘର ଭିତରେ ପଶିଥିଲେ। ଚଢ଼ାଉ ବେଳେ ବେଆଇନ ଭାବେ ଗଚ୍ଛିତ ରଖି ବିକ୍ରି କରୁଥିବା ବିଭିନ୍ନ ବ୍ରାଣ୍ଡର ବିଦେଶ ମଦକୁ ଜବତ କରିଛି। ପ୍ରାୟ ୨୬ ଲିଟର ମଦ ଜବତ କରିବା ସହ କିଛି ଖାଲି ମଦବୋତଲ ଜବତ କରିଥିବା ଜଣାପଡ଼ିଛି। ଚଢ଼ାଉ ବେେଳେ ଡ଼େପୁଟି ସୁପରିଟେଣ୍ଡଣ୍ଟ ବିଜୟ କୁମାର ଧାରଣା, ଚିକିଟି ରେଞ୍ଜ ଇନସ୍ପେକ୍ଟର ମିହିର କୁମାର ସେଠୀ, ଗୋପାଳପୁର ରେଞ୍ଜ ଇନସ୍ପେକ୍ଟର ଅନିତା ପ୍ରଧାନ, ବ୍ରହ୍ମପୁର ଓଆଇସି ଲକ୍ଷ୍ମୀଧର ପ୍ରଧାନ, ପ୍ରଦୀପ କୁମାର ସାହୁ ସମେତ ବିଭାଗର ଅନ୍ୟାନ୍ୟ ଅଧିକାରୀ ଚଢ଼ାଉରେ ସାମିଲ ଥିଲେ। ଏନେଇ ଅବକାରୀ ବିଭାଗ ପକ୍ଷରୁ ୩୪/୨୨ରେ ଏକ ମାମଲା ରୁଜୁ ହେବା ସହ ଲୋକନାଥ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ପୁଲିସ ସୂତ୍ରରୁ ଜଣାପଡ଼ିଛି।
BREAKING NEWS
- ଭାରତ ସରକାରଙ୍କ ପକ୍ଷରୁ କଳିଙ୍ଗନଗର ସ୍ଥିତ ନୀଳାଚଳ ଇସ୍ପାତର ସମ୍ପସ୍ରାରଣକୁ ମିଳିଲା ପରିବେଶ ମଞ୍ଜୁରୀ
- Suicide Attack in Nigeria: ନାଇଜେରିଆର ମୈଦୁଗୁରି ସହରରେ ଆତ୍ମଘାତୀ ଆକ୍ରମଣ; ୨୩ ମୃତ, ୧୦୦ ରୁ ଅଧିକ ଆହତ
- ଆଫଗାନିସ୍ତାନରେ ଅହମଦୀମାନଙ୍କ ଉପରେ ଅତ୍ୟାଚାର ଓ ବିମାନ ଆକ୍ରମଣ ପାଇଁ ପାକିସ୍ତାନକୁ କଡା ନିନ୍ଦା କଲା ଭାରତ
- ଡ୍ରୋନ୍ ସାହାଯ୍ୟରେ ଭାରତରେ ଆତଙ୍କ ସୃଷ୍ଟି କରିବା ଷଡ଼ଯନ୍ତ୍ର ପଣ୍ଡ, ଜଣେ ଆମେରିକୀୟ ସହ ୬ ୟୁକ୍ରେନୀୟ ନାଗରିକ ଗିରଫ
- Bomb Blast: ଭୟଙ୍କର ବୋମା ବିସ୍ଫୋରଣ: ଛିଡିଗଲା ଯୁବକଙ୍କ ହାତ ପାପୁଲି…
- ନିଲମ୍ବିତ ବିଧାୟକଙ୍କୁ ଗୋଟିଏ ପ୍ଲାଟଫର୍ମରେ ସାମିଲ ହେବାକୁ ଆହ୍ୱାନ ଦେଲେ ମୋକିମ୍
- Maternity Leave Adoptive Mothers: ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
- ସମସ୍ୟା ପାଇଁ ଆସିଥିଲେ ଉଠାଇ ନେଲା ପୋଲିସ
- ଏସସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣା: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ ପଟ୍ଟନାୟକ
- ବିଦେଶିନୀଙ୍କୁ ପାଗଳ କରିଦେଲା ଓଡିଆ ପୁଅର ପ୍ରେମ
Comments are closed.