ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଜଗଦଳପୁର ଗ୍ରାମରେ ଲୋକନାଥ ସାହୁ ନାମକ ଜଣେ ବ୍ୟକ୍ତି ଘରେ ବିଦେଶୀ ମଦ ରଖି ବିକ୍ରି କରିଥିବା ଅଭିଯୋଗରେ ଅବକାରୀ ବିଭାଗ ଶୁକ୍ରବାର ଚଢ଼ାଉ କରିଥିଲା । ତେବେ ଅଧିକାରୀଙ୍କୁ ଦେଖି ଲୋକନାଥ ଘରେ ତାଲା ପକାଇଦେଇଥିଲେ । ଶେଷରେ ଅଧିକାରୀମାନେ ଗ୍ରୀଲ ଭାଙ୍ଗି ଘର ଭିତରେ ପଶିଥିଲେ ।
ମିଳିଥିବା ସୂଚନା ଅନୁଯାୟୀ, ଜଗଦଳପୁର ଗ୍ରାମ ଷୁଣ୍ଢିସାହିର ଲୋକନାଥ କିଛି ବର୍ଷ ହେଲା ନିଜ ଘରେ ବେଆଇନ ଭାବେ ବିଦେଶୀ ମଦ ରଖି ବିକ୍ରି କରୁଥିଲେ। ଏନେଇ ଅଭିଯୋଗ ହେବା ପରେ ଶୁକ୍ରବାର ସକାଳୁ ସଦର ରେଞ୍ଜ ଇନସ୍ପେକ୍ଟର ଅର୍ଜୁନ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଏକ ଟିମ ଉକ୍ତ ଘର ଉପରେ ଚଢ଼ାଉ କରିବା ପାଇଁ ଯାଇଥିଲେ । କିନ୍ତୁ ଲୋକନାଥ ଅବକାରୀ ପୁଲିସକୁ ଦେଖି ଘର ଭିତରପଟୁ ଗ୍ରୀଲ ଚାବି ପକାଇବା ସହ ଝରକା,କବାଟ ବନ୍ଦ କରି ଦୀର୍ଘ ସମୟ ପର୍ଯ୍ୟନ୍ତ ଗ୍ରୀଲର ଚାବି ଖୋଲିନଥିଲା। ଅବକାରୀ ଅଧିକାରୀମାନେ ଦୀର୍ଘ ୩ଘଣ୍ଟା ଧରି ଘର ବାହାରେ ଜଗି ରହିଥିଲେ। ଶେଷରେ କୁକୁଡ଼ାଖଣ୍ଡି ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ମାଜିଷ୍ଟ୍ରେଟ ଦାୟିତ୍ୱରେ ଆସି ପହଞ୍ଚିବା ପରେ ଗ୍ରୀଲ ଭାଙ୍ଗି ଘର ଭିତରେ ପଶିଥିଲେ। ଚଢ଼ାଉ ବେଳେ ବେଆଇନ ଭାବେ ଗଚ୍ଛିତ ରଖି ବିକ୍ରି କରୁଥିବା ବିଭିନ୍ନ ବ୍ରାଣ୍ଡର ବିଦେଶ ମଦକୁ ଜବତ କରିଛି। ପ୍ରାୟ ୨୬ ଲିଟର ମଦ ଜବତ କରିବା ସହ କିଛି ଖାଲି ମଦବୋତଲ ଜବତ କରିଥିବା ଜଣାପଡ଼ିଛି। ଚଢ଼ାଉ ବେେଳେ ଡ଼େପୁଟି ସୁପରିଟେଣ୍ଡଣ୍ଟ ବିଜୟ କୁମାର ଧାରଣା, ଚିକିଟି ରେଞ୍ଜ ଇନସ୍ପେକ୍ଟର ମିହିର କୁମାର ସେଠୀ, ଗୋପାଳପୁର ରେଞ୍ଜ ଇନସ୍ପେକ୍ଟର ଅନିତା ପ୍ରଧାନ, ବ୍ରହ୍ମପୁର ଓଆଇସି ଲକ୍ଷ୍ମୀଧର ପ୍ରଧାନ, ପ୍ରଦୀପ କୁମାର ସାହୁ ସମେତ ବିଭାଗର ଅନ୍ୟାନ୍ୟ ଅଧିକାରୀ ଚଢ଼ାଉରେ ସାମିଲ ଥିଲେ। ଏନେଇ ଅବକାରୀ ବିଭାଗ ପକ୍ଷରୁ ୩୪/୨୨ରେ ଏକ ମାମଲା ରୁଜୁ ହେବା ସହ ଲୋକନାଥ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ପୁଲିସ ସୂତ୍ରରୁ ଜଣାପଡ଼ିଛି।
BREAKING NEWS
- PM Modi New Office: ବଦଳୁଛି ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟାଳୟ… ଜାଣନ୍ତୁ କେଉଁଠି ରହିବ ପ୍ରଧାନମନ୍ତ୍ରୀଙ୍କ ନୂତନ କାର୍ଯ୍ୟାଳୟ, କ’ଣ ରହିଛି ଏହାର ବୈଶିଷ୍ଟ୍ୟ…
- ODI କ୍ରିକେଟରେ ପୁଣି ନ° ୧ ହେଲେ କୋହଲି…
- ରାୟଗଡ଼ାରେ ବାଣ ବିସ୍ଫୋରଣ; ୪ ଗୁରୁତର
- ଭାରତୀୟ ସେନାର ପଦାତିକ ବାହିନୀରେ ସାମିଲ ହେବେ ମହିଳା: ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ
- ଡ୍ରେସିଂ ରୁମ ବିବାଦ ନେଇ ମୁହଁ ଖୋଲିଲେ ବ୍ୟାଟିଂ କୋଚ: କୋହଲି, ରୋହିତ ଏବଂ ଗମ୍ଭୀରଙ୍କ ମଧ୍ୟରେ……
- ଟ୍ରମ୍ପଙ୍କ ରାସ୍ତାରେ ଇସ୍ରାଏଲ; ୭ ଜାତିସଂଘ ଏଜେନ୍ସିରୁ ସମ୍ପର୍କ ଛିନ୍ନ କଲା…
- Case of Ariha Shah: ୪ ବର୍ଷ ହେଲାଣି ଜର୍ମାନୀରେ ଫସିଛି ୪ ବର୍ଷର କୁନି ଝିଅ, ୭ ମାସର ହୋଇଥିଲା ନେଇଯାଇଥିଲା ଜର୍ମାନ ଶିଶୁ ସୁରକ୍ଷା ସଂସ୍ଥା…
- ଚୁଲିରେ ପଡ଼ି ଦୁଇ ମାସର ଶିଶୁ ଗୁରୁତର
- Lalu Family Meet: ତୁଟିଲା କି ଲାଲୁ ପରିବାରରେ କଳି? ଘରେ ପହଞ୍ଚିଲେ ତେଜ ପ୍ରତାପ ଯାଦବ, ଲାଲୁ ଏବଂ ରାବ୍ରିଙ୍କ ପାଦ ଛୁଇଁ କହିଲେ…
- ବିକ୍ରି ହୋଇଥିବା ଶିଶୁକନ୍ୟାକୁ କଟକରୁ ଉଦ୍ଧାର କଲା ଭଣ୍ତାରିପୋଖରୀ ଥାନା ପୁଲିସ
Comments are closed.