Latest Odisha News

BREAKING NEWS

ଜମି ବଦଳରେ ଚାକିରି ମାମଲା: ଲାଲୁଙ୍କ ନାମରେ ଚାର୍ଜସିଟ ଦାଖଲ କଲା ସିବିଆଇ

ନୂଆଦିଲ୍ଲୀ : ରେଳବାଇ ଚାକିରି ଦେଇ ଜମି ନେବା ଦୁର୍ନୀତି ମାମଲାରେ ଆରଜେଡି ମୁଖ୍ୟ ତଥା ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି । ଲାଲୁଙ୍କ ସହ ତାଙ୍କ ପତ୍ନୀ ରାବିଡି ଦେବୀ, ଝିଅ ମିସା ଭାରତୀ ଏବଂ  ଅନ୍ୟ ୧୩ ଜଣଙ୍କ ନାମ ଚାର୍ଜସିଟରେ ଅଭିଯୁକ୍ତ ଭାବେ ଦର୍ଶାଇଛି ସିବିଆଇ । ଅଭିଯୋଗରେ ସିବିଆଇ କହିଛି ଯେ ରେଳମନ୍ତ୍ରୀ ଥିବା ସମୟରେ କିଛି ଲୋକଙ୍କୁ ବେନିୟମଭାବେ ରେଳବାଇରେ ଚାକିରି ଦେଇଥିଲଷ ପୂର୍ବତନ ରେଳମନ୍ତ୍ରୀ ଲାଲୁପ୍ରସାଦ ଯାଦବ । ଏଥିରେ କିଛି ସରକାରୀ ଅଧିକାରୀ ବି ସାମିଲ ଥିଲେ । ନିୟମ ବାହାରେ ଏସବୁ କାର୍ଯ୍ୟ କରାଯାଇଥିଲା ।

ଚାକିରି ବଦଳରେ ଲାଲୁଙ୍କ ସଂପର୍କୀୟଙ୍କ ନାମରେ ଜମି ରେଜେଷ୍ଟ୍ରି କରାଯାଇଥିଲା । ଏହି ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କୁ ଜେଲ ବି ହୋଇପାରେ । ଏହି ପ୍ରସଙ୍ଗକୁ ନେଇ ବିହାର ସହ ଦିଲ୍ଲୀରେ ଏବେ ରାଜନୀତି ସରଗରମ ହୋଇଛି । ବିଶେଷକରି ଆରଜେଡି ନେତାମାନଙ୍କ ଘରେ ଓ ଅଫିସରେ ଚଢଉ କରାଯାଇଥିଲା । ସେହି ଚଢ଼ାଉରେ ଅନେକ ତଥ୍ୟ ମିଳିଥିବା ସିବିଆଇ ଚାର୍ଜସିଟିରେ ଉଲ୍ଲେଖ କରିଛି ।

Leave A Reply

Your email address will not be published.