ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଜଗଦଳପୁର ଗ୍ରାମରେ ଲୋକନାଥ ସାହୁ ନାମକ ଜଣେ ବ୍ୟକ୍ତି ଘରେ ବିଦେଶୀ ମଦ ରଖି ବିକ୍ରି କରିଥିବା ଅଭିଯୋଗରେ ଅବକାରୀ ବିଭାଗ ଶୁକ୍ରବାର ଚଢ଼ାଉ କରିଥିଲା । ତେବେ ଅଧିକାରୀଙ୍କୁ ଦେଖି ଲୋକନାଥ ଘରେ ତାଲା ପକାଇଦେଇଥିଲେ । ଶେଷରେ ଅଧିକାରୀମାନେ ଗ୍ରୀଲ ଭାଙ୍ଗି ଘର ଭିତରେ ପଶିଥିଲେ ।
ମିଳିଥିବା ସୂଚନା ଅନୁଯାୟୀ, ଜଗଦଳପୁର ଗ୍ରାମ ଷୁଣ୍ଢିସାହିର ଲୋକନାଥ କିଛି ବର୍ଷ ହେଲା ନିଜ ଘରେ ବେଆଇନ ଭାବେ ବିଦେଶୀ ମଦ ରଖି ବିକ୍ରି କରୁଥିଲେ। ଏନେଇ ଅଭିଯୋଗ ହେବା ପରେ ଶୁକ୍ରବାର ସକାଳୁ ସଦର ରେଞ୍ଜ ଇନସ୍ପେକ୍ଟର ଅର୍ଜୁନ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଏକ ଟିମ ଉକ୍ତ ଘର ଉପରେ ଚଢ଼ାଉ କରିବା ପାଇଁ ଯାଇଥିଲେ । କିନ୍ତୁ ଲୋକନାଥ ଅବକାରୀ ପୁଲିସକୁ ଦେଖି ଘର ଭିତରପଟୁ ଗ୍ରୀଲ ଚାବି ପକାଇବା ସହ ଝରକା,କବାଟ ବନ୍ଦ କରି ଦୀର୍ଘ ସମୟ ପର୍ଯ୍ୟନ୍ତ ଗ୍ରୀଲର ଚାବି ଖୋଲିନଥିଲା। ଅବକାରୀ ଅଧିକାରୀମାନେ ଦୀର୍ଘ ୩ଘଣ୍ଟା ଧରି ଘର ବାହାରେ ଜଗି ରହିଥିଲେ। ଶେଷରେ କୁକୁଡ଼ାଖଣ୍ଡି ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ମାଜିଷ୍ଟ୍ରେଟ ଦାୟିତ୍ୱରେ ଆସି ପହଞ୍ଚିବା ପରେ ଗ୍ରୀଲ ଭାଙ୍ଗି ଘର ଭିତରେ ପଶିଥିଲେ। ଚଢ଼ାଉ ବେଳେ ବେଆଇନ ଭାବେ ଗଚ୍ଛିତ ରଖି ବିକ୍ରି କରୁଥିବା ବିଭିନ୍ନ ବ୍ରାଣ୍ଡର ବିଦେଶ ମଦକୁ ଜବତ କରିଛି। ପ୍ରାୟ ୨୬ ଲିଟର ମଦ ଜବତ କରିବା ସହ କିଛି ଖାଲି ମଦବୋତଲ ଜବତ କରିଥିବା ଜଣାପଡ଼ିଛି। ଚଢ଼ାଉ ବେେଳେ ଡ଼େପୁଟି ସୁପରିଟେଣ୍ଡଣ୍ଟ ବିଜୟ କୁମାର ଧାରଣା, ଚିକିଟି ରେଞ୍ଜ ଇନସ୍ପେକ୍ଟର ମିହିର କୁମାର ସେଠୀ, ଗୋପାଳପୁର ରେଞ୍ଜ ଇନସ୍ପେକ୍ଟର ଅନିତା ପ୍ରଧାନ, ବ୍ରହ୍ମପୁର ଓଆଇସି ଲକ୍ଷ୍ମୀଧର ପ୍ରଧାନ, ପ୍ରଦୀପ କୁମାର ସାହୁ ସମେତ ବିଭାଗର ଅନ୍ୟାନ୍ୟ ଅଧିକାରୀ ଚଢ଼ାଉରେ ସାମିଲ ଥିଲେ। ଏନେଇ ଅବକାରୀ ବିଭାଗ ପକ୍ଷରୁ ୩୪/୨୨ରେ ଏକ ମାମଲା ରୁଜୁ ହେବା ସହ ଲୋକନାଥ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ପୁଲିସ ସୂତ୍ରରୁ ଜଣାପଡ଼ିଛି।
BREAKING NEWS
- Kolkata–Sairang Express derailed: ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା;ଇଞ୍ଜିନ୍ ସମେତ ୭ଟି ବଗି ଲାଇନ୍ଚ୍ୟୁତ; ଅନେକ ଆହତ
- Night temperatures drop:ଆଜି ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ ; ଏପଟେ ରାଜ୍ୟର ୬ ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀ ତଳେ
- ମହାଭିଯୋଗର ସାମ୍ନା କରୁଥିବା ପିଟ୍ ହେଗସେଥଙ୍କ ବଡ଼ ବୟାନ; କହିଲେ ‘ନିଜ ଯୋଦ୍ଧାଙ୍କୁ ଦଣ୍ଡ ଦେଉଛି ଆମେରିକା’
- ରାମପୁର ସିଆରପିଏଫ କ୍ୟାମ୍ପ ଆକ୍ରମଣ ମାମଲାରେ ଦୋଷୀ ମହମ୍ମଦ ସରିଫକୁ ଗୁଳି କରି ହତ୍ୟା
- ଶୀତ ଆରମ୍ଭରୁ ଉତ୍ତର ଭାରତ ଓ ପାକିସ୍ତାନରେ ବଢ଼ିଲା ପ୍ରଦୂଷଣ, ମହାକାଶରୁ ଦିଶିଲା ଧୂଆଁ ଓ ଧୂଳିର ମୋଟା ଆସ୍ତରଣ
- କଲେଜ ଓ ବିଶ୍ୱବିଦ୍ୟାଳୟରେ ମିଳିବ ମାଗଣା Wi-Fi, ପ୍ରତିଦିନ ୧ ଜିବି…
- ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ
- ଆଇଏସ୍ଏସ୍ଏଫ୍ ବିଶ୍ୱ ଚାମ୍ପିୟନସିପ୍: ଟିମ୍ରେ ସ୍ୱର୍ଣ୍ଣ ପଦକ ଜିତିଲେ ମନୁ, ଇଷା, ଅଲିମ୍ପିକ୍ କୋଟାରୁ ବଞ୍ଚିତ
- ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି ଲେଖା ପ୍ରସଙ୍ଗ; ପ୍ରତିକ୍ରିୟା ରଖିଲେ ପୂର୍ତ୍ତମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ
- ଷ୍ଟାର୍ଟଅପ୍ ଓ ବ୍ୟବସାୟିକ ସହଯୋଗ ପାଇଁ ଓଡ଼ିଶା-ଜାପାନ ମଧ୍ୟରେ MoU
Comments are closed.