ଭୁବନେଶ୍ୱର: ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି । ସମ୍ପତ୍ତି ତାଲିକାରେ ସୁଜିତ କୁମାର ସବୁଠୁ ଧନୀ ଥିବା ଜଣାପଡିଛି । ସେ ବିଜେଡିର କୋଟିପତି ରାଜ୍ୟସଭା ପ୍ରାର୍ଥୀ ଅଟନ୍ତି । ତାଙ୍କ ସମ୍ପତ୍ତି ଏକ କୋଟି ୧୦ ଲକ୍ଷ ଟଙ୍କାରୁ ଅଧିକ ରହିଛି । ସେହିପରି ତାଙ୍କ ସ୍ତ୍ରୀଙ୍କ ସମ୍ପତ୍ତି ୨୬ ଲକ୍ଷ ୬୯ ହଜାର ୧୮୦ ରହିଛି । ଭୁବନେଶ୍ୱର ଧଉଳି ନଗରରେ ତାଙ୍କର ଏକ ଜାଗା ରହିଛି । ସୁଜିତଙ୍କ ମୋଟ ସ୍ଥାବର ସମ୍ପତ୍ତି ମୂଲ୍ୟ ୭୮ ଲକ୍ଷ ୩୦ ହଜାର ଥିବାବେଳେ ସ୍ତ୍ରୀଙ୍କ ସ୍ଥାବର ସମ୍ପତ୍ତି ମୂଲ୍ୟ ୭୪ ଲକ୍ଷ ୪୬ ହଜାର ରହିଛି । ସୁଜିତ ୭୪ ଲକ୍ଷ ୯୪ ହଜାର ୩୮୨ ଟଙ୍କାର ଋଣ କରିଛନ୍ତି । ଏଥିସହ ସେ ୭ଟି କମ୍ପାନୀରେ ୫୧ ଲକ୍ଷ ୫୩ ହଜାର ଟଙ୍କା ଇନ୍ଭେଷ୍ଟ କରିଛନ୍ତି ।
ଦ୍ୱିତୀୟ ସ୍ଥାନରେ ଅଛନ୍ତି ମୁନ୍ନା ଖାଁ । ତାଙ୍କର ମୋଟ ସମ୍ପତ୍ତି ୩୨ ଲକ୍ଷ ୯୫ ହଜାର ଟଙ୍କାରୁ ଅଧିକ ରହିଛି । ଡାକ ଘରେ ୨ ଲକ୍ଷ ୩୬ ହଜାର ୮୬୬ ଟଙ୍କା ଜମା ଅଛି । ସେ ୧୪ ଲକ୍ଷର ଲୋନ୍ କରିଛନ୍ତି । ୨୨ ଲକ୍ଷ ୫୦ ହଜାର ଏଲ୍ଆଇସି କରିଛନ୍ତି । ୨୪ ଲକ୍ଷର ସ୍ୱାସ୍ଥ୍ୟ ବୀମା ରହିଛି । ତାଙ୍କର ଗୋଟିଏ ହୋଣ୍ଡା ସିଟି ଗାଡି ଅଛି । ଆନ୍ଧ୍ର ବିଶ୍ୱବିଦ୍ୟାଳୟରେ ସେ ୧୯୮୩ରେ ମାଟ୍ରିକ ପାସ୍ କରିଛନ୍ତି ।
ସେହିପରି ତୃତୀୟ ସ୍ଥାନରେ ଅଛନ୍ତି ସୁବାସ ସିଂ । ତାଙ୍କର ୨୩ ଲକ୍ଷ ୩୭ ହଜାର ଟଙ୍କାରୁ ଅଧିକ ସମ୍ପତ୍ତି ରହିଛି । ତାଙ୍କର ୭ ଲକ୍ଷ ୨୫ ହଜାର ଟଙ୍କାର ଘର ରହିଛି । ଏଥିସହ ସୁବାସଙ୍କ ନାଁରେ ୧୧ଟି ଅପରାଧିକ ମାମଲା ଅଛି । ରାଜନୀତି ବିଜ୍ଞାନରୁ ସେ ଏମ୍ଏ ପାସ୍ କରିଛନ୍ତି । ୧୯୮୬ରେ ସେ ଓକିଲାତି ପାସ୍ କରିଛନ୍ତି ।
ଚତୁର୍ଥ ସ୍ଥାନରେ ଅଛନ୍ତି ବିଜେଡିର ରାଜ୍ୟସଭା ପ୍ରାର୍ଥୀ ମମତା ମହନ୍ତ । ତାଙ୍କର ମୋଟ ସମ୍ପତ୍ତି ୨୫ ଲକ୍ଷରୁ ଅଧିକ ରହିଛି । ନିଜର ୮ ଲକ୍ଷ ୨୨ ହଜାର ୭ଟଙ୍କାର ସମ୍ପତ୍ତି ରହିଥିବା ବେଳେ ତାଙ୍କ ସ୍ୱାମୀଙ୍କର ୧୬ ଲକ୍ଷ ୮୧ ହଜାର ୯୩୭ ଟଙ୍କାର ସମ୍ପତ୍ତି ରହିଛି । ତାଙ୍କର ୨୯ ଲକ୍ଷ ୪୫ ହଜାର ୮୪୦ ଟଙ୍କାର ଜମି ରହିଛି ।
BREAKING NEWS
- ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ୪ ବସ୍ ଜବତ…ଥିଲା ନକଲି ନମ୍ବର ପ୍ଲେଟ୍, ଲାଗିଲା ମୋଟା ଫାଇନ
- ଯୁବକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ;୪ ହଜାର ଟଙ୍କା ନେଇଯାଇଥିବା ସନ୍ଦେହରେ ବନ୍ଧୁକୁ ହତ୍ୟା
- Naxalites Surrender:୫୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ;ମୁଣ୍ଡରେ ରହିଛି ୧କୋଟି୪୧ ଲକ୍ଷ
- Iran tensions: ଇସ୍ରାଏଲ ଯାତ୍ରା ନେଇ ଆଡଭାଇଜରୀ ଜାରି କଲା ଭାରତ
- ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ ଗିରଫ
- ମିଶନ ଶକ୍ତି ଏବଂ ପର୍ଯ୍ୟଟନ ଓ ଆତିଥେୟତା ଦକ୍ଷତା ପରିଷଦ ମଧ୍ୟରେ ବୁଝାମଣା, ୪୦୦୦ ମହିଳାଙ୍କୁ ମିଳିବ…
- ପାଲକ ପନିରକୁ ନେଇ ବିବାଦ, ଭାରତୀୟ ଛାତ୍ରଙ୍କୁ ମିଳିଲା ୧.୮ କୋଟି…
- Indian coast guard: ଭାରତୀୟ ଜଳସୀମାରେ ଅନୁପ୍ରବେଶ କରୁଥିବା ପାକିସ୍ତାନୀ ଡଙ୍ଗା ଜବତ, ୯ ଗିରଫ
- ଇରାନରେ ବଢୁଛି ହିଂସା; କାଲିଠୁ ଉଦ୍ଧାର ହେବେ ଭାରତୀୟ..
- group clash: ଗୋଷ୍ଠୀ ସଂଘର୍ଷ ପରେ ଆସନ୍ତାକାଲି ସୁନ୍ଦରଗଡ଼ ସହରରେ ସବୁ ସ୍କୁଲ,କଲେଜ ବନ୍ଦ
Comments are closed.