Latest Odisha News

BREAKING NEWS

ଟି୨୦ ଆନ୍ତର୍ଜାତୀୟ ମୁକାବିଲାରେ ବ୍ୟୟବହୂଳ ଓଭର

ନୂଆଦିଲ୍ଲୀ: ଚିଳିତ ଟି୨୦ ବିଶ୍ୱକପ କ୍ରିକେଟର ଶେଷ ଲିଗ ମ୍ୟାଚରେ ୱେଷ୍ଟଇଣ୍ଡିଜ ୧୦୪ ରନରେ ଆଫଗାନିସ୍ତାନକୁ ପରାସ୍ତ କରିଛି । ନିକୋଲସ ପୂରନ ଏହି ମ୍ୟାଚରେ ଅଜମତଉଲ୍ଲାହ ଓମରଜଇଙ୍କ ଓଭରରେ ୩୬ ରନ ସଂଗ୍ରହ କରିଥିଲେ । ସେ ପ୍ରଥମ ବଲରେ ଛକା ମାରିଥିବା ବେଳେ ଦ୍ୱିତୀୟ ବଲ ନୋ ବଲରେ ୪ ଏବଂ ଏହା ପର ବଲରେ ୱାଇଡରେ ୫ ରନ ହୋଇଥିଲା । ଦ୍ୱିତୀୟ ବଲରେ ୦, ତୃତୀୟ ବଲରେ ଲେଗବାଇ ୪, ୪ର୍ଥ ବଲରେ ଚୌକା, ୫ମ ବଲରେ ଛକା ଓ ଷଷ୍ଠ ବଲରେ ସେ ଛକା ମାରିଥିଲେ । ଆନ୍ତର୍ଜାତୀୟ କ୍ରିକେଟରେ ୪ର୍ଥ ଥର ପାଇଁ ଗୋଟିଏ ଓଭରରେ ୩୬ ରନ ବ୍ୟୟ ହୋଇଥିଲା । ଭାରତର ଯୁବରାଜ ସିଂ ୨୦୦୭ ବିଶ୍ୱକପରେ ଷ୍ଟୁଆର୍ଟ ବ୍ରଡଙ୍କ ଓଭରରେ ୬ ଛକା ମାରିଥିଲେ । ଏହା ଟି୨୦ ବିଶ୍ୱକପ ଏବଂ ଆନ୍ତର୍ଜାତୀୟ ମୁକାବିଲାରେ ବ୍ୟୟବହୂଳ ଓଭର ରହିଥିଲା ।

୨୦୨୧ରେ ୱେଷ୍ଟଇଣ୍ଡିଜର କିରନ ପୋଲାର୍ଡ ଶ୍ରୀଲଙ୍କାର ଅକିଲା ଧନଞ୍ଜୟଙ୍କ ଓଭରରେ ୬ ଛକା ମାରିଥିଲେ । ସେହିପରି ଚଳିତ ବର୍ଷ ଜାନୁୟାରୀ ୧୭ରେ ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ମୁକାବିଲାରେ ଭାରତର ରିଙ୍କୁ ସିଂ ଓ ରୋହିତ ଶର୍ମା ଗୋଟିଏ ଓଭରରେ ୩୬ ରନ ସଂଗ୍ରହ କରିଥିଲେ । ରୋହିତ ନୋ ବଲରେ ଚୌକା ମାରିବା ପରେ ବାକି ୨ଟି ବଲରେ ଛକା ମାରିଥିଲେ । ଲିଗାଲ ତୃତୀୟ ବଲରେ ୧ ରନ କରିଥିଲେ । ଏହା ପରେ ରିଙ୍କୁ ଶେଷ ୩ଟି ବଲରେ ଛକା ମାରିଥିଲେ । କତାର ବିପକ୍ଷ ମୁକାବିଲାରେ ନେପାଳର ଦୀପେନ୍ଦ୍ର ସିଂ କତାରର କାମରନ ଖାଁଙ୍କ ଓଭରରେ ୬ ଛକା ମାରିଥିଲେ ।

Leave A Reply

Your email address will not be published.