Latest Odisha News

ସାହିତ୍ୟ ପତ୍ରିକା ‘ନିର୍ଭୟା’ ଉନ୍ମୋଚିତ

ପୁରୀ : ବିଶିଷ୍ଟ ସମାଜସେବୀ ତଥା କବୀ ଭବାନୀ ଭୂୟାଁଙ୍କ ସମ୍ପାଦିତ ସାହିତ୍ୟ ପତ୍ରିକା ‘ନିର୍ଭୟା’ ସ୍ଥାନୀୟ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଉନ୍ମୋଚିତ ହୋଇଯାଇଛି । ଏହା ସହ ପବିତ୍ର ମୋହନ ଦାଶଙ୍କ ନିବନ୍ଧ ସଙ୍କଳନ ‘ଭାବରୂପ’,ନନ୍ଦିତା ମହାନ୍ତିଙ୍କ ଅନୁଦିତ ଉପନ୍ୟାସ ‘ଖେଳ’ ଏବଂ ଶିବସୁନ୍ଦର ପାଣିଗ୍ରାହୀଙ୍କ କବିତା ସଙ୍କଳନ ‘କୁହୁକ ସ୍ପର୍ଶ’ ଉନ୍ମୋଚିତ ହୋଇଯାଇଛି ।

କୈଳାସଚନ୍ଦ୍ର ଟିକାୟତ ରାୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାରସ୍ୱତ ସଭାରେ ବୀରେନ୍ଦ୍ର ନାୟକ ମୁଖ୍ୟ ଅତିଥି, ବସନ୍ତ କୁମାରୀ ସାମନ୍ତ ଓ ଶଙ୍କର୍ଷଣ ପରିଡା ସମ୍ମାନିତ ଅତିଥି, ଚିତ୍ତରଞ୍ଜନ ମିଶ୍ର ଓ ମୁକୁନ୍ଦ ଶତପଥି ସମୀକ୍ଷକ ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ନିର୍ଭୟା ପକ୍ଷରୁ ପ୍ରଚ୍ଛଦ ପାଇଁ ବସନ୍ତ କୁମାରୀ ସାମନ୍ତ, ସାମ୍ବାଦିକତା ପାଇଁ ରୋଜାଲିନ ମହାନ୍ତି ,ଶିକ୍ଷା ପାଇଁ ସୁସ୍ମିତା ମହାପାତ୍ର, ସମ୍ପାଦନା ପାଇଁ ମାନିନୀ ମିଶ୍ର ଓ କଳା ପାଇଁ ବବିତା ସାହୁ , ସମାଜସେବା ପାଇଁ ବନ୍ଦନା ହରିଚନ୍ଦନଙ୍କୁ ସମ୍ମାନିତ କରାଯିବା ସହ ଟୁନି ଜେନା ଓ ମୋତି ଭୋଇଙ୍କୁ ନିତିଦିନର ନିର୍ଭୟା ସମ୍ମାନ ପ୍ରଦାନ କରାଯାଇଥିଲା । ମାନମୟୀ ରଥଙ୍କ ପରିଚାଳନାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ କବି, ଲେଖକ ଓ ସାରସ୍ୱତ ପ୍ରେମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.