ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୨୯
ଅନୁଶୀଳନ ଅଧ୍ୟୟନ
ତଥ୍ୟ ସମୃଦ୍ଧ ବିଶ୍ଳେଷଣ
ନ କରି ଦିଅଂତି ଭାଷଣ
ଦେଖାଂତି ଶାସ୍ତ୍ର ଉଦ୍ଧରଣ
ଏହା ହିଁ ପ୍ରଧାନ କାରଣ
କେବଳ ପ୍ରଶଂସା ଭାଜନ
ନିମଂତେ ହୁଏ ଲେଖାମାନ
ଅଗ୍ରାହ୍ୟ ତ୍ରୁଟି ସଂଶୋଧନ
ନାହିଁ ଯୋଜନା କିଂବା ନୀତି
ଭାଷାର ଏହି ପରିସ୍ଥିତି
ବିଶିଷ୍ଟ ବର୍ଗ ନ ବୁଝଂତି
କିପରି ଘଟିବ ଉନ୍ନତି ?
ପ୍ରଶ୍ନ ତ ରହିଛି ଅନେକ
ଉତ୍ତର ଟେକୁନାହିଁ ବେକ
ପ୍ରକ୍ରିୟା ଏଠାରେ ସ୍ଥଗିତ
ହୋଇପାରୁନି ଭାଷା ହିତ
ବ୍ୟକ୍ତି ହିଁ ରହୁ କର୍ମରତ
ନ ହୋଇ ବେଶି ବିଚଳିତ
ତାହାର କଲା କର୍ମମାନ
ସୂଚାଇ ପାରେ ସମାଧାନ
‘ ରହିଲେ ସଭିଏଁ ନିରବ
ବଢ଼ିବ ଭାଷାର ଗୌରବ ‘
ଏପରି ଧାରଣା ପୋଷଣ
କରଂତି ଜନସାଧାରଣ
ମନକଥାକୁ ମନେ ରଖି
କେବେ ବି, କିଛି ବି ନ ଲେଖି
ଚଳଂତି ଏଠି ଜ୍ଞାନୀଗଣ
ଗୋଟାଂତି ଅଜସ୍ର ସମ୍ମାନ
ଆମର ସାଂପ୍ରତିକ ଧାରା
ଭାଷାକୁ କରେ ଅଧମରା
ଲୋକେ ନ ହୋଇ ସଚେତନ
କରଂତି ଶ୍ରାଦ୍ଧ ଆୟୋଜନ
Comments are closed.