ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୯୯
ଧନ୍ୟ ମୋ ହାତର ଆଂଗୁଠି
ଲେଖିଲା ବେଳେ ଏଠି ସେଠି
ବାଜି ହୁଏ ଅନେକ ତ୍ରୁଟି
ପାଠକେ ଭିଡ଼ଂତି ମୋ ଚୁଟି
ଏକ ଶବ୍ଦର ବହୁ ରୂପ
ପ୍ରତିଟି ଦେଖାଂତି ପ୍ରକୋପ
ଅନିବାର୍ଯ୍ୟ କି ଅନିର୍ବାଯ୍ୟ
ବାଛିବା ହୁଏ ମୁଖ୍ୟ କାର୍ଯ
କେଉଁଟି କରିବି ସ୍ବୀକାର
ଆଉ କେଉଁଟି ପରିହାର
ବୁଝିପାରେନି ମନ ମୋର
ନ ହୁଏ ଲିଖନ ତତ୍ପର
ତ୍ରୁଟିକୁ ମିଳିଲେ ସ୍ବୀକୃତି
ଭାଷାରେ ବଢ଼ିବ ବିକୃତି
ଏହାର କିଛି ପ୍ରତିକାର
ଏଯାଏଁ ହୋଇନି ବାହାର
ଭାଷାର ଏ ସଂକଟାବସ୍ଥା
ନିମଂତେ କିଛି ତ ବ୍ୟବସ୍ଥା
ହେଲେ ହେଁ ଅତି ଆବଶ୍ଯକ
ଧ୍ୟାନ ଦିଅଂତିନାହିଁ ଲୋକ
ଏପରି ଅସଂପୃକ୍ତ ଭାବ
ଯୋଗୁଁ ଏ ଭାଷାର ଅଭାବ
କେହି କରୁନି ଅନୁଭବ
ଏହା ହିଁ ନିଷ୍ଠୁର ବାସ୍ତବ
ଆମ ଭାଷାର ଏହି ଭାଗ୍ୟ
ସ୍ବଭାଷୀ ନୁହଂତି ସୁଯୋଗ୍ୟ
ସ୍ବଭାଷା କରି ପରିତ୍ୟାଗ
ପାଆଂତି ତୁଚ୍ଛ ସୁଖଭୋଗ
ଜ୍ଞାନୀଏ ହେଲେ ଭାଷାତ୍ୟାଗୀ
ସ୍ବଭାଷା ପାଇଁ ଉପଯୋଗୀ
ହୁଅଂତିନାହିଁ କେବେ ଦିନେ
ଏ କଥା ରହୁ ପ୍ରତି ମନେ
Comments are closed.