Latest Odisha News

କବିତା : କବିର କାମ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’

ଯାହା ଦେଖିଲା, ତାହା ଲେଖିଲା
ଯାହା ଶୁଣିଲା, ତାହା ବୁଣିଲା
ଯାହା ଭାବିଲା, ତାହା ରାବିଲା
ଯାହା ଜାଣିଲା, ତାହା ଗଣିଲା

କେଉଁଠୁ କ’ଣ ଆଣିଲା ତାର ହିସାବ ମିଳୁନାହିଁ
କିଂତୁ ଓଳିଏ କାମ ଅଟକିଲେ ଜମାରୁ ଚଳୁନାହିଁ
ଯାହା ଲାଖିଛି ମନେ ତାହାର ତାହା ହିଁ ନିଜ ସ୍ମୃତି
ଯାହା ଉଡ଼ିଗଲା କାହିଁ କୁଆଡ଼େ ତାହା ହିଁ ଅସ୍ମୃତି

ମୃତ ଶବ୍ଦଂକୁ ଅଳଂକୃତ କରି ସଜାଏ ସବୁ ପୃଷ୍ଠା
ଜିଇଁବାକୁ ସବୁ ଶବ୍ଦ ଅମଂଗ
କହଂତି ‘ ନାହିଁ ନିଷ୍ଠା, କ’ଣ କରିବ ପ୍ରତିଷ୍ଠା ? ‘

 

Comments are closed.