Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ: ବେଳାଭୂମିର ଚିହ୍ନ (୬୯)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ

– ନା… ନା…, ଏ ଲୁଗାସବୁ ପରିଷ୍କାର ହୋଇ ଏଠି କେମିତି ରହିଲା ?
– ସେ କିଛି ନୁହେଁ, ମୁଁ ସଫାକରି ରଖିଦେଇଛି, ଆଜି ।
– ଆପଣ ସଫା କରିଛନ୍ତି ମୋର ଶାଢ଼ୀ, ବ୍ଲାଉଜ୍‌… ?
– ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ? ‘ମାନବିକତା’ ଶବ୍ଦ ଉପରେ ଖାଲି ତମର ତ ଏକଚାଟିଆ ଅଧିକାର ନାହିଁ ନା…. ? ଦିନସାରା ଘର କାମ , ଅଫିସ କାମ କରିକରି ତମେ ନୟାନ୍ତ ହେବ, ଆଉ ମୁଁ କେବଳ ବସି ବସି ସବୁ ସମୟ ହତ୍ୟା କରି ଚାଲିଥିବି ।

ସେ ପୁଣି କଣ୍ଠସ୍ୱରକୁ ବଦଳାଇ ଜଣେ ବଡ଼ଭାଇର ନମନୀୟ ଆଦରପଣରେ ତାଙ୍କ ଛୋଟ ଭଉଣୀକୁ ବୁଝାଇଲା ଭଲି କହିଲେ- ମି ପ…ନାୟକଙ୍କ ଫେରିବା ଦିନ ପାଖେଇ ଆସିଲାଣି । ଦର୍ପଣରେ ନିଜକୁ ଥରେ ଦେଖିଲ । ମତେ ଆଶ୍ରୟ ଦେବା ଦିନଠାରୁ ତମେ କେତେ ଦୁର୍ବଳ ହୋଇଯାଇଛ ? ମୋ ପାଇଁ ଅନେକ ପରିଶ୍ରମ କରୁଛ…….. ଅନେକ ଅର୍ଥ ଖର୍ଚ୍ଚ କରିଛ… । କାହିଁକି ପଦ୍ମିନୀ… ?

ଅପରାହ୍ନର କ୍ଷୀଣ ଆଲୋକରେ ସେ ଦେଖିଲେ ପଦ୍ମିନୀ ନିର୍ବୋଧ ଦୃଷ୍ଟିରେ ତାଙ୍କୁ ଚାହିଁ ରହିଛି । ସଂଭବତଃ ସେ ଭାବୁଛି, ସରୋଜ ତା’ର କିଏ ? କେତେ ଦିନପାଇଁ ସେ ତାଙ୍କୁ ଘରେ ଆଶ୍ରୟ ଦେଇପାରିବ ?

ଯେତେବେଳେ ତାଙ୍କୁ ନେଇ ବହୁ କାଳ୍ପନିକ କାହାଣୀ ସାହି ପଡ଼ିଶାଠୁ ଆରମ୍ଭ କରି ସାରା ରାଜଧାନୀରେ ପ୍ରଚାର ହେବ, ତେବେ ସେ କି ପ୍ରକାର ଉର ଦେଇ ଲୋକମାନଙ୍କ ମୁହଁକୁ ବନ୍ଦ କରି ଦେଇପାରିବ ? ଜଣେ ଅସହାୟ ଲୋକକୁ ଆଶ୍ରୟ ଦେଇଥିବା ଘଟଣା କ’ଣ କୁଟିଳ ସମାଜରେ ସରଳ ଭାବେ ବିଶ୍ୱାସଯୋଗ୍ୟ ହୋଇପାରିବ ?

ସରୋଜଙ୍କୁ ନେଇ ପଦ୍ମିନୀ ଯେତେ ଗଭୀର ଭାବେ ବିଶ୍ଳେଷଣ କରୁଥିଲା, ଚିନ୍ତା ସାଗରର ସେ ସେତିକି ତଳକୁ ତଳକୁ ଖସିଯାଉଥିଲା । ଏଣେ କ୍ରମେ ସଂନ୍ଧ୍ୟାର ସରୀସୃପ କୋଠରୀର ଈଷତ୍ ଆଲୋକିତ ପରିସରକୁ ମସୀମୟ କରିବାପାଇଁ ତା’ର ଅଦୃଶ୍ୟ ପାଦ ଚାଳି ଧୀରେ ଧୀରେ ଆସୁଥିଲା ।

ପରିସ୍ଥିତିକୁ ଅନୁଭବ କରି ସରୋଜ ଦାୟିତ୍ୱପୂର୍ଣ୍ଣ କଣ୍ଠରେ କହିଲେ- କି ଭାବନା ଭିତରେ ବୁଡ଼ି ରହିଛ ? ମୋ କଥାରେ କିଛି ଅଯୌକ୍ତିକତା ଥିଲା କି ?

Leave A Reply

Your email address will not be published.