କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ତାଙ୍କ କଥାର ମାୟାଜାଲ ଭିତରେ ଆମେ ସମସ୍ତେ ଛନ୍ଦି ହୋଇଯାଇଥିଲୁ । କାହାର କିଛି କହିବାର ନଥିଲା ।
ସେ ଦିଲ୍ଲୀ ଯିବା ଦିନ ଶୋଇଥିବା ପୁଅକୁ ଛାତି ଉପରକୁ ଉଠାଇ ଆଣି, ତା’ର କୁନି ଓଠରେ ଚୁମା ଦେଇଥିଲେ । ମୋ ମୁଣ୍ଡରେ ହାତ ବୁଲେଇ ଆଣି ଏରୁଣ୍ଡିବନ୍ଧ ଅତିକ୍ରମ କରିଥିଲେ ।
ଏଇ ଥିଲା ଚନ୍ଦ୍ରଭାନୁଙ୍କ ସହ ମୋର ଶେଷ ସାକ୍ଷାତ । ଦୀର୍ଘଶ୍ୱାସ ଛାଡ଼ିଲା ପଦ୍ମିନୀ ।
ଯେପରିକି ବହୁପଥ ଅତିକ୍ରମ କଲାପରେ ଥକ୍କା ହୋଇ ସେ ଗୋଟିଏ ଜାଗାରେ ଅଟକିଗଲା । ପଦ୍ମିନୀର ଦୁଇ ହାତ ପାପୁଲିକୁ ମୁଠେଇ ଧରିଲା ମୀନାକ୍ଷି । ଅତ୍ୟଧିକ ଆବେଗ ତା’ ଭିତରେ ବି ଉଦ୍ବେଳନ ସୃଷ୍ଟି କରୁଥିଲା । ହୃଦ୍ବୋଧ ହେଉଥିଲା, ତା’ ପରର୍ବୀ ଘଟଣା ସବୁ ତା’ ସହ ଅତର୍କିତ ଭାବେ ଯୋଡ଼ି ହେଇ ଯିବନି ତ ? ଅତ୍ୟନ୍ତ ଉଦ୍ବିଗ୍ନତାର ସହ ସେ ପଚାରିଲା-
– ତା’ପରେ…. ।
– ତା’ ପରର ଘଟଣା ଯେତିକି ଅଭାବିତ, ସେତିକି ସଂକ୍ଷିପ୍ତ । ଛଳଛଳ ହୋଇ ଆସୁଥିବା ଆଖିକୁ ପଦ୍ମିନୀ ପଣତରେ ପୋଛିଲା । ତା’ପରେ କାନ୍ଥରେ ଟଙ୍ଗା ଯାଇଥିବା ଚନ୍ଦ୍ରଭାନୁଙ୍କ ଫଟୋ ଉପରେ ଦୃଷ୍ଟି ରଖି କହିଲା- ଯିବା ପୂର୍ବରୁ ପ୍ରତିଶ୍ରୁତି ଦେଇଥିବା ଅନୁଯାୟୀ ମୁଁ ଡାକକୁ ଅପେକ୍ଷା କରି ରହିଲି । ଦୁଇ ଦୁଇ ମାସର ବ୍ୟବଧାନରେ ତାଙ୍କଠାରୁ ଦୁଇଖଣ୍ଡ ଚିଠି ଆସିଥିଲା । ତା’ ବି ନିହାତି ଗତାନୁଗତିକ । ପଢ଼ାପଢ଼ିର ଚାପ ଭିତରେ ସେ ରହୁଥିବେ ଭାବି ପରର୍ବୀ ଚିଠିର ଅପେକ୍ଷା ବ୍ୟତୀତ ମୋର ଅନ୍ୟ କୌଣସି ଚାରା ନଥିଲା । ବେଳେବେଳେ ଅଭିମାନରେ ଦି’ ଆଖି ଲୁହ ଡ଼ବଡ଼ବ ହୋଇଯାଏ । ଏଇ ଅଭିମାନ ଯେ ପରର୍ବୀ ସମୟରେ ମୋ
ଜୀବନ ସହ ସୂତାଖିଅର ବି ସଂପର୍କ ରଖିବନାହିଁ, ମୁଁ ଜାଣିପାରେନା । ଭବିଷ୍ୟତର ଅନ୍ଧାରୀ ମୁଲକକୁ ର୍ବମାନରେ ଛିଡ଼ା ହୋଇଥିବା ମଣିଷ କେବେ ଦେଖିପାରେ କି ? ଯେମିତି କି ଆଜି ଦୁର୍ଦ୍ଦିନର କଳାବଉଦ ଭିତରେ ଛଟପଟ ହେଉଥିବା ମଣିଷଟା କେବେ ବି ଜାଣିନଥାଏ ତା’ ଭବିଷ୍ୟତରେ ଆସିବାକୁ ଥିବା ଜହ୍ନର ପଟୁଆର ।
କ୍ରମଶଃ
Comments are closed.