ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
“ୱାଃ! ଚମତ୍କାର” କହି କହି ପଛକୁ ଆସୁଥିଲାବେଳେ ବୀରା ଜଣକ ସହ ଧକ୍କା ହୋଇଗଲା । ପିଲାଟି ତାକୁ ଧରିପକାଉ ପକାଉ କହିଉଠିଲା, “ଓହୋ ହୋ… ଟିକେ ହୁସିଆର ଚାଲ ।” ବୀରା ବୁଲିପଡ଼ି ତା\’ ମୁହଁକୁ ଚାହିଁଲା । ପାଖାପାଖି ପନ୍ଦର ବର୍ଷ ବୟସର ହେବ ସିଏ, ମାନେ ତା’ ନିଜ ବୟସ ପାଖାପାଖି । ଗୋରା, ଘନ କହରାବାଳ, ଆଖି ଦୁଇଟି ଆହୁରି ଗାଢ଼ କହରା, ଅଲରାବାଳ ଦେଖିଲେ ଲାଗୁଥିଲା, ଯେମିତି ପାନିଆ ମରାଯାଇନି ମୁଣ୍ଡରେ ।
“ସିଦ୍ଧାର୍ଥ । ମତେ ସିଡ଼୍ ବି ଡାକିପାର…” ପିଲାଟି କହିଲା । “ଆରେ, ବାହ୍ । ପିଲାଟି ଭାରତୀୟ ।” ବୀରା ମନେମନେ କହିଲା ।
“ଧନ୍ୟବାଦ ସିଡ଼୍” । ବୀରା କହିଲା ।
ନିଜ ବ୍ୟାଗ୍ପତ୍ରର ସିକ୍ୟୁରିଟି ଚେକିଂ କରେଇ ସାରି ମିଃ. ଓ ମିସେସ୍ ମାହେଶ୍ୱରୀ କ୍ରୁଜ୍ ଭିତରକୁ ଆସିସାରିଥିଲେ । “ପିଲାଏ ଆସୁଛ ନା ନାହିଁ?” “ହଁ, ଆସୁଛୁ”, କହି ବୀରା ଓ ସମୀରା, ବାବା ମାଆଙ୍କ ପାଖକୁ ଧାଇଁଲେ । ଗଲାବେଳେ ବୀରା କିନ୍ତୁ ପଛକୁ ବୁଲିବୁଲି ଚାହୁଁଥାଏ; ସେ ପିଲାଟି ମାତ୍ର ସେଠୁ ଚାଲିଯାଇଥାଏ ।
“ଆଜି ରାତିରେ ଗୋଟେ ପାର୍ଟିରେ ଯୋଗଦେବା ପାଇଁ ନିମବଣ ଅଛି । ପାର୍ଟିଟି ପାଶ୍ଚତ୍ୟ ଢାଚାାରେ, ତେଣୁ ଆମ ସମସ୍ତଙ୍କୁ ସେଇ ପ୍ରକାରର ପୋଷାକପତ୍ର ପିନ୍ଧିବାକୁ ପଡ଼ିବ ମାନେ ସ୍ୱତବ ପୋଷାକ ପିନ୍ଧିବାକୁ ପଡ଼ିବ ।”
ଗୋଟେ ସୁନେଲି ଲଫାପା ଭିତରୁ କାର୍ଡ଼ଟିକୁ ପଢ଼ି ସମୀରା କହିଲା । ମିଃ. ଓ ମିସେସ୍ ମାହେଶ୍ୱରୀ ସ୍ପା ମସାଜ୍ ପାଇଁ ବ୍ୟବସ୍ଥା କରିଥିବାରୁ, ସେମାନେ ଏ ପାର୍ଟିରେ ଯୋଗ ଦେଇପାରିବେ ନାହିଁ ।
ଭଉଣୀ ଦି’ଜଣ ସେମାନଙ୍କ ରୁମ୍ରେ ଥିଲେ । ବୀରା ହଟ୍ ଚକୋଲେଟ୍ ପିଉଥିଲାବେଳେ, ସମୀରା ନିମନ୍ତ୍ରଣ ପତ୍ରଟିକୁ ପଢ଼ି ଶୁଣେଇଲା । ସେମାନଙ୍କ ରୁମ୍ଟି ସତରେ ଖୁବ୍ ଆକର୍ଷଣୀୟ ଥିଲା – ଦି’ଜଣ ଭୃତ୍ୟ ଓ ଜଣେ ରୋଷେଇୟାର ସୁବିଧା ଯୋଗାଇ ଦିଆଯାଇଥିଲା । ଦୁଇଟି କୁଇନ୍ ସାଇଜ୍ ବେଡ଼୍, ଗୋଟେ ଟିଭି, ଗୋଟିଏ ଆର୍ମଚେୟାର୍, ଛୋଟ ଫ୍ରିଜ୍ ସହ ବାଲ୍କୋନି, ଯେଉଁଠି ଗୋଟେ ଛୋଟ ସୁଇମିଂଗ୍ ପୁଲ୍ ଥିଲା । ଚଟାଣ ଉପରେ କାର୍ପେଟ – ରୁମ୍ଟିକୁ ଆହୁରି ସୁନ୍ଦର କରୁଥିଲା । “ହଁ ଶୁଣ୍, ଆମକୁ ଟେବୁଲ ନଂ.୪ ମିଳିଛି । ସେଠି ଆଉ ଦୁଇଜଣ ବି ଆମ ସହ ବସିବେ । ଲାଗୁଛି ଯେମିତି ପୁରୁଣା କ୍ଲାସିକ୍ ହଲିଉଡ଼୍ ପାର୍ଟି । ଆମେ ଯିବା ନା ?” ସମୀରା କହିଲା ।
କ୍ରମଶଃ
Comments are closed.