ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
“ଓହୋ! ଆଚ୍ଛା ଏଥିରେ କିଛି ଅସୁବିଧା ନାହିଁ ଜମା । ଆମ ଅଫିସ୍ ଏସବୁର ଦାୟିତ୍ୱ ନେଇଯାଇଛି – ଭିସା, ଟିକେଟ୍, ଟ୍ରାନ୍ସଫର ଖର୍ଚ୍ଚ – ଏ ସବୁକିଛି ଆମ କମ୍ପାନୀ ବହନ କରୁଛି । ହେଲା ।”
ଅନନ୍ତଙ୍କ ଏ କଥାରେ ମିସେସ୍ ମାହେଶ୍ୱରୀ କିଛି ସମୟ ପାଇଁ ଚୁପ ହୋଇଗଲେ । ମାତ୍ର ତାଙ୍କ ମନକଥା ଯେମିତି ସମୀରା ବଖାଣି ଦେଲା, “ବାବା, ଆମେ କ’ଣ ଏଇଠି ରହିପାରିବାନି? ତୁମ ଅଫିସ୍ରେ ତୁମେ ଏକୁଟିଆ ନୁହଁ ନା! ଆଉ କେହି କ’ଣ ଯାଇପାରିବେନି! ମୋ’ର ଭଲ ପାଠପଢ଼ା କି ବେଶୀ ଟଙ୍କା ଦରକାର ନାହିଁ । ଆମେ ଯେମିତି ଅଛେ, ସେଇଥିରେ ମୁଁ ପୁରା ଖୁସି ଅଛି ବାବା ।”
“ତୁ କଥାଟା ବୁଝ ମା’ । ଆମକୁ ପରିସ୍ଥିତିକୁ ଗ୍ରହଣ କରିନେବାକୁ ପଡ଼ିବ । ବୀରା ସହ ତୁ ଉପରମହଲାକୁ ଯା’ । ମା’ ଆଉ ମୁଁ ବସି ଚିନ୍ତା କରୁ, କ’ଣ କଣ ସବୁ କରିବାକୁ ହେବ ।” ମିଃ. ମାହେଶ୍ୱରୀ କହିଲେ ।
ଲାଗୁଥିଲା ସମୀରା ଯେମିତି ତା’ ବାବାଙ୍କ ସହ ଯୁକ୍ତି କରିବ । ମାତ୍ର ମୁହଁ ଫୁଲେଇ ତା’ ରୁମ୍କୁ ଚାଲିଗଲା, ଏବଂ ତା’ ପଛେ ପଛେ ବୀରା ।
“ବାବା ଆମ ସହିତ ଏମିତି କରିବା ଉଚିତ୍ ନୁହେଁ”, ବୀରା ତାଙ୍କ ବେଡ଼୍ରୁମ୍ କବାଟ ବନ୍ଦ କରିବାମାତ୍ରେ, ସମୀରା କହିଉଠିଲା, “ହେଃ! ଏସବୁ ବାବାଙ୍କ ଅଫିସ୍ର ନାଟ । ମାନେ… ବାବା ତାଙ୍କ ବ୍ୟକ୍ତିଗତ ଜୀବନକୁ ବି ଗୁରୁତ୍ୱ ଦେବା ଉଚିତ୍ । ମାତ୍ର ସେ କେବଳ ତାଙ୍କ ଅଫିସ୍କୁ ନେଇ ତାଙ୍କ ଜୀବନ କଥା ଚିନ୍ତା କରନ୍ତି ।” ସମୀରା କଥାରେ ତାଳ ଦେଇ ବୀରା ମନ୍ତବ୍ୟ ଦେଲା ।
“କ’ଣ କହୁଛୁ ବୀରା? ଆମେ ଏଥିରେ କ’ଣ ମୁଣ୍ଡ ପୂରେଇବା?” ଗୋଟେ ସୈତାନି ହସ ହସି, ସମୀରା କହିଲା, ଆଉ ବୀରା ବି ଠିକ୍ ବୁଝିନେଲା ଏ ହସର ଅର୍ଥ ।
ପ୍ରାୟ ଅଧ ଘଣ୍ଟାରେ ବୀରା ଓ ସମୀରା ଲଞ୍ଚ ଖାଇବାକୁ ଅପେକ୍ଷା କରି ଡାଇନିଂ ଟେବୁଲ ଉରେ ବସିଲେ ।
Comments are closed.