ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ନିଜ ହସ ଲୁଚେଇବାକୁ ବହୁ ଚେଷ୍ଟା ସଚୋ୍ୱ, ବୀରା ଖୁବ୍ ଜୋରରେ ହସି ପକାଇଲା । ଏମାନଙ୍କ ଏ ହର୍କତ୍ ଦେଖି, ରୋହାନ୍ର ରାଗ ଆହୁରି ବଢ଼ିଯାଉଥାଏ । ଠିକ୍ ଏତିକିବେଳେ ସମୀରାର ଫୋନ୍କୁ ଗୋଟେ ମେସେଜ୍ ଆସିଲା । ସମୀରା, ବୀରାକୁ କହିଲା, “ଏଇ ଶୁଣ, ମାମାଙ୍କ ମେସେଜ୍ ଆସିଛି । ସେ ଆମକୁ
ତାଙ୍କ ସହ ଲଞ୍ଚ କରିବାକୁ ଡାକୁଚନ୍ତି । ଆଉ ଯଦି ନ ଯିବା, ତେବେ ଆମେ କେଉଁଠି ଲଞ୍ଚ କରିବା ସେ ବିଷୟରେ ଜଣେଇବା ପାଇଁ କହୁଚନ୍ତି । ସିଡ଼୍ ଓ ରୋହାନ୍ଙ୍କୁ ମଧ୍ୟ ଶୁଭେଚ୍ଛା ଜଣେଇଛନ୍ତି ।”
ସ୍ମୁଦିକୁ ଶେଷ ନ କରିପାରିବା ଦୁଃଖରେ ବୀରା ମୁହଁ ଶୁଖେଇ କହିଲା, “ହଉ, ଚାଲ ଯିବା ଦି’ ।” ଚିଡ଼େଇଲା ପରି ସିଡ଼୍ ବୀରାକୁ କହିଲା, “ଜମା ବ୍ୟସ୍ତ ହଅନା । ସ୍ମୁଦି ତକ ନଷ୍ଟ ହେବନି । ମୁଁ ତାକୁ ପିଇନେବି ।”
ହାଲ୍କା ଭାବରେ ତା’ ହାତକୁ ବାଡ଼େଇ ଦେଇ, ସ୍ମିତ ହସଟେ ଖେଳେଇ ବୀରା, ସମୀରା ସହ ସେ ରୁମ୍ ଛାଡ଼ି ଲଂଚ୍ ପାଇଁ ବାହାରିଗଲା । ରୟାଲ ୟୁରେକା ଏବଂ ସେଥିରେ ଥିବା ସମସ୍ତ ଯାତ୍ରୀମାନେ ଏକଥା ହୁଏତ
ଜାଣିନଥିଲେ ଯେ ଆଜି ପରେ ସେମାନେ ଆଉ କେବେ ବି ଦିନ ଆଲୁଅ ଦେଖିପାରିବେ ନାହିଁ ।
ସମୟ ପାଖାପାଖି ମଧ୍ୟରାତ୍ରି । ଆଶର୍ଯ୍ୟ ଜନକ ଭାବରେ ତିନୋଟିଯାକ ଡେକ୍ ଖାଲିଥାଏ । କେହି ଜଣେ ବି ଦିଶୁନଥାନ୍ତି ସେଠି । ଖୁବ୍ ଭୟଭୀତ ହୋଇ, ପାଗଳୀଙ୍କ ପରି ବୀରା ରେଲିଂଗ୍ ଆଡ଼କୁ ଯାଉଥାଏ । ବାବା, ମାମା, ସମୀରା କି ସିଡ଼୍ ଓ ରୋହାନ୍ – କାହାକୁ ନ ପାଇ ସେ ଡରିଯାଇଥାଏ । ଏତିକିବେଳେ, ସାମାନ୍ୟତମ ଶବ୍ଦରେ ମଧ୍ୟ ସେ ଚମ୍କି ଉଠି ଡେଇଁ ପଡ଼ୁଥାଏ ।
ସେ ମନେମନେ ଯେମିତି କହୁଥାଏ, “ପ୍ଲିଜ୍, କେହିଜଣେ… କେହିଜଣେ ତ ମୋ’ ଆଖି ସାମ୍ନାକୁ ଆସିଯାଅ… କୋଉଠି ସବୁ ଅଛ ଯେ? ସମୀରା ଦି…” ।
Comments are closed.