Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୪୭)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର

ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ

“ସେ ଜଣେ ବଡ଼ ଇଂଜିନିୟର ଥିଲେ କି ନଥିଲେ, ମୁଁ ସେକଥା ଭାବୁନି । ମୁଁ କେବଳ ଏତିକି ଜାଣେ ସେଡ଼୍ରିକ୍ ରୋଡ଼୍ରିଗେଜ୍ ଜଣେ ଅତ୍ୟନ୍ତ ସଂବେଦନଶୀଳ, ଦୟାଶୀଳ ଏବଂ ନିତାନ୍ତ ଭଦ୍ର ବ୍ୟକ୍ତି ଥିଲେ । ଜଣେ ଉତ୍ତମ ବନ୍ଧୁ, ସହୋଦର, ଏବଂ ଜଣେ ଦକ୍ଷ ପ୍ରଶିକ୍ଷକ ଥିଲେ ।

ସବୁଠାରୁ ବଡ଼ କଥା ହେଲା ସେ ମାନବିକତାରେ ଭରା ଜଣେ ଅଦ୍ୱିତୀୟ ମଣିଷ ଥିଲେ । ଆପଣ ହୁଏତ ତାଙ୍କୁ ଏଭଳି ଦୃଷ୍ଟିକୋଣରୁ ଦେଖି ନଥାଇ ପାରନ୍ତି । କିନ୍ତୁ ମୋ’ ବିଚାରରେ ସେ ଅଧିକ ସନ୍ତାନର ହକ୍‌ଦାର । କେହି ତାଙ୍କୁ ଯେପରି “ଦାୟିତ୍ୱହୀନ”ର ଅପବାଦ ନ ଦିଅନ୍ତୁ ।

ଆଉ ଏ ଜାହାଜ ବିଷୟରେ – ଆପଣ ଓ ମୁଁ ଉଭୟ ଭଲଭାବରେ ଜାଣିଛେ ଯେ – ଇୟେ ବୁଡ଼ିବ ହିଁ ବୁଡ଼ିବ । କେବଳ ଫରକ ଏତିକି ଯେ ଆପଣ ଏ କଥା ଗ୍ରହଣ କରିବାକୁ ରାଜି ନୁହଁନ୍ତି; ଆଉ ମୁଁ ଏ ସତକୁ ଗ୍ରହଣ କରିସାରିଛି । ବରଂ ମୁଁ ଏ ପ୍ରସ୍ତାବ ଦେବି ଯେ ଆପଣ, ଯାତ୍ରୀ ଏବଂ ସମସ୍ତ କର୍ମଚାରୀମାନଙ୍କୁ ଏ ବିପଦ ବିଷୟରେ ଜଣାଇ ଦିଅନ୍ତୁ । ଜୀବନର ଯେଉଁ ଅଳ୍ପ କିଛି କ୍ଷଣ ହାତରେ ଅଛି, ତାକୁ ସେମାନେ ନିଜ ପ୍ରିୟ ପରିଜନଙ୍କ ସହ ଖୁସିରେ ବିତେଇ ଦିଅନ୍ତୁ । ଏଥିରୁ ବର୍ଚାିଯିବା ଭଳି ଏତେ ଭାଗ୍ୟ – କାହାର ବା ଅଛି?

“ଏଠାରେ ଉପସ୍ଥିତ ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳାଗଣ! ବର୍ଚାମାନ ଆମେ ସାମ୍ନା କରୁଥିବା ସଂକଟ ବିଷୟରେ ଆପଣମାନେ ଶୁଣିଥିବେ । ତେଣୁ ମୁଁ ସେ ବିଷୟରେ ଆଉ ବିଶଦ ବର୍ଣ୍ଣନା କରିବାକୁ ଚାହୁଁନାହିଁ । ଆମ ମେକାନିକାଲ୍ ଇଂଜିନିୟରମାନେ ପ୍ରୋପେଲର୍‌କୁ ଭଲଭାବରେ ପରୀକ୍ଷାନିରିକ୍ଷା କରି ଏକଥା ସ୍ପଷ୍ଟ କରିଛନ୍ତି ଯେ ଏଥିରେ ଯେତିକି କ୍ଷତି ହୋଇଛି ତାହା ଏତେ କମ୍ ସମୟ ଭିତରେ ସଜଡ଼ା ଯାଇ ପାରିବ ନାହିଁ । ଅନ୍ତତଃ କାଲି ପୂର୍ବରୁ ନୁହେଁ ।” ଜାହାଜର କର୍ମଚାରୀଗଣଙ୍କ ଉଦ୍ଦେଶ୍ୟରେ ନିଜର ସଂକ୍ଷିପ୍ତ ବକ୍ତବ୍ୟ ରଖିଲେ କ୍ୟାପ୍‌ଟେନ ।

Leave A Reply

Your email address will not be published.