ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ମୁଁ ଅଲବତ୍ କରିପାରିବି । ତୁ ଭୁଲିଯାଆନା ଯେ ମୋ ସମ୍ମତି ଦେଇ କୌଣସି ବି ଫର୍ମରେ ମୁଁ ଦସ୍ତଖତ ଦେଇନି । ଏବେ ତୁ ସ୍ଥିର କର ।”
“ମମ୍…”
“ତୁ ଏବେ ହିଁ ସ୍ଥିର କର । ଜଲ୍ଦି ସ୍ଥିର କର ।”
“କିନ୍ତୁ…”
“ଆଚ୍ଛା, ତା\ହେଲେ କୌଣସି ବି ଚାଂପିଅନ୍ସିପ୍ରେ ଭାଗ ନ ନେବାକୁ ତୁ ରାଜି!”
ଶ୍ରେୟା ଆଉ ବୀରା ଚୁପ୍ ହୋଇ ସେ ମା’ ଝିଅଙ୍କ ଯୁକ୍ତିତର୍କକୁ ଲକ୍ଷ୍ୟ କରୁଥା’ନ୍ତି ସତେ ଯେମିତି ରାଫେଲ୍ ନାଦାଲ୍ ଓ ରୋଜର୍ ଫେଡ଼େରର୍ଙ୍କ ଭିତରେ ଚାଲିଥିବା ଏକ ଟେନିସ୍ ମ୍ୟାଚ୍ ସେମାନେ ଦେଖୁଛନ୍ତି ।
“ଏଇଟା ଠିକ୍ ହେବନି ମମ୍ ।”
“ଶ୍ରେୟା! ମତେ ଫୋନ୍ଟା ଦେ ।”
ଭୀଷଣ ବିରକ୍ତ ହୋଇ ସୁନୈନା ତା\’ ମମ୍କୁ ଆଖି ତରାଟି ଚାହିଁ କହିଲା, “ଠିକ୍ ଅଛି । ତମର ଯାହା ଇଚ୍ଛା ହଉଛି କର ।”
ଗଡ଼ଟେ ଜିଣିଥିବା ପରି ହସିଦେଇ ରୋଷେଇ ଘର ଆଡ଼କୁ ମମ୍ ଚାଲିଗଲେ । ସବୁ ବୁଝିପାରିଥିଲା ପରି, ଶ୍ରେୟା ଯାଇ ସୁନୈନାର କାନ୍ଧରେ ହାତ ରଖିଦେଲା ତ ସେ ବିରକ୍ତ ହୋଇ କହିଲା, “ଏଇ ତୁ ଚୁପ୍ କର ।”
ସେଦିନ ଡିନର୍ରେ ଭାତ ଏବଂ ଚିକେନ୍ ତରକାରୀ ହୋଇଥିଲା ।
“ହୁଁ ବହୁତ ବଢ଼ିଆ ହୋଇଛି ମମ୍ ।” ତାରିଫ୍ କଲାପରି ଶ୍ରେୟା କହିଲା । ତା\’ ମା\’ ଟିକେ ହସିଦେଇ ତା’ ହାତ ଥାପୁଡ଼େଇ କହିଲେ, “ହଉ, ଆଉ ଏତେ ତେଲ ମାରେନା ।” ସେମାନେ ଏକାଠି ଖାଉଥିଲାବେଳେ ବୀରାକୁ ତା’ ଅଙ୍କଲ୍ ପଚାରିଲେ, “ଆଚ୍ଛା, କେଉଁ ବୋର୍ଡ଼ିଙ୍ଗ୍ ସ୍କୁଲ୍ରେ ପଢ଼ିବୁ ବୋଲି ସ୍ଥିର କଲୁ? ଆମେ ଏବେ ନାମଲେଖା ପ୍ରକ୍ରିୟା ଆରମ୍ଭ କରିଦେବା ଉଚିତ୍ ।”
ପାଟିରୁ ଖାଦ୍ୟ ଶେଷ କରି ବୀରା କହିଲା, “ପ୍ରକୃତରେ ମୁଁ ଅନେକ ଗୁଡ଼ିଏ ସ୍କୁଲ୍ କଥା ଭାବୁଛି । ଗୋଆଲିୟର୍ର ସିନ୍ଧିଆ କାନ୍ୟା ସ୍କୁଲ୍ କିମ୍ବା ଡେରାଡ଼ୁନ୍ର ୱେଲ୍ହାମ୍ ହାଇସ୍କୁଲ୍… ଏମିତିକି ମାୟୋ କଲେଜ୍ ଗର୍ଲସ୍ ସ୍କୁଲ୍ ହେଲେ ବି ଚଳିବ ।”
କ୍ରମଶଃ
Comments are closed.