Latest Odisha News

BREAKING NEWS

୧୦ ବର୍ଷ ବୟସରେ ଚିତ୍ର ଆଙ୍କି ଚର୍ଚ୍ଚିତ : ଗୋଟେ ସପ୍ତାହରେ ରୋଜଗାର କଲେ ୬୫ ଲକ୍ଷ ଟଙ୍କା

ନ୍ୟୁୟର୍କ : ସାଧାରଣତଃ ୧୦ ବର୍ଷ ବୟସରେ ପିଲାମାନେ ସାଙ୍ଗମାନଙ୍କ ସହିତ ଖେଳିବା ଏବଂ ସମୟ ବିତାଇବାରେ ବ୍ୟସ୍ତ ଥାନ୍ତି । କିନ୍ତୁ ଅଳ୍ପ ବୟସର ଏକ କୁନି ଝିଅ ଏପରି କାର୍ଯ୍ୟ କରିଛନ୍ତି ଯାହା ବୟସ୍କମାନେ କରିବା ସମ୍ଭବ ନୁହେଁ । ସେ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କି ଲୋକଙ୍କୁ ଆକର୍ଷିତ କରିପାରିଛନ୍ତି ।

୨୦୧୨ ମସିହାରେ ନ୍ୟୁୟର୍କରେ ଜନ୍ମ୍‌ଗ୍ରହଣ କରିଥିଲେ ମିକେଲ ଆକର । ବୟସ ମାତ୍ର ୧୦ ବର୍ଷ । ସେ ଚିତ୍ର ଆଙ୍କିବାକୁ ବହୁତ ଭଲ ପାଆନ୍ତି । ତେଣୁ ମାତ୍ର ୪ ବର୍ଷ ବୟସରୁ ସେ ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ । ଝିଅର ଚିତ୍ର ପ୍ରତି ଆଗ୍ରହ ଥିବା ଜାଣିପାରି ତାଙ୍କ ବାପାମାଆ ଜନ୍ମଦିନରେ ତାଙ୍କୁ ଉପହାର ସ୍ୱରୂପ ଏକ କାନଭାସ୍ ଦେଇଥିଲେ ।

ନିଜେ ତିଆରି କରିଥିବା ସମସ୍ତ ଚିତ୍ରକୁ ନେଇ ଏକ ପ୍ରଦର୍ଶନୀରେ ପ୍ରଦର୍ଶିତ କରିଥିଲେ । ଏହି ପ୍ରଦର୍ଶନୀକୁ ବୁଲିବାକୁ ଆସୁଥିବା ସମସ୍ତ ଲୋକଙ୍କୁ ତାଙ୍କ ଚିତ୍ରକଳା ବେଶ୍ ପସନ୍ଦ ଆସିଛି । କେବଳ ସେତିକି ନୁହେଁ, ପ୍ରଥମ ସପ୍ତାହରେ ତାଙ୍କର ଅନେକ ଚିତ୍ର ୮୦ ହଜାର ଡଲାର ଅର୍ଥାତ୍ ପ୍ରାୟ ୬୫ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା । ଏଥିସହିତ ଆହୁରି ଅନେକ ଅର୍ଡର ଦେବା ଆରମ୍ଭ କରି ଦେଇଛନ୍ତି । ଏବେ ଅନେକ ଆନ୍ତର୍ଜାତୀୟ କଳା ପ୍ରତିଯୋଗିତାରୁ ଅଫର ମଧ୍ୟ ପାଇଛନ୍ତି ସେ ।

Comments are closed.