Latest Odisha News

BREAKING NEWS

ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କଲେ ୧୧ ବର୍ଷର କୁନି ଝିଅ: ତାରା ଗଣିବାକୁ ରଖିଛନ୍ତି ସ୍ୱପ୍ନ

ମେକ୍ସିକୋ: ଯଦି ଆପଣଙ୍କୁ ପଚରାଯାଏ ଦୁନିଆର ସବୁଠାରୁ ବୁଦ୍ଧିମାନ ବ୍ୟକ୍ତି କିଏ? ନିଶ୍ଚିତ ଭାବରେ ଆପଣ ଆଲବର୍ଟ ଆଇନଷ୍ଟାଇନ କିମ୍ବା ଷ୍ଟିଫେନ୍ ହକିଙ୍ଗଙ୍କ ନାମ କହିବେ । କିନ୍ତୁ ମେକ୍ସିକୋର ଜଣେ କୁନି ଝିଅର ଜ୍ଞାନ ଉଭୟଙ୍କ ଅପେକ୍ଷା ତୀବ୍ର । ଏହି ଝିଅଟି ମାତ୍ର ୧୧ ବର୍ଷ ବୟସରେ ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ତାଙ୍କର ଇଚ୍ଛା ହେଉଛି ମହାକାଶରେ ତାରା ଗଣିବା । ସେ ନାସା ମହାକାଶଚାରୀ ହୋଇ ନିଜର ସ୍ୱପ୍ନକୁ ପୂରଣ କରିବାକୁ ଚାହୁଁଛନ୍ତି ।

ମେକ୍ସିକୋରେ ରୁହନ୍ତି ଆନ୍ଦାରା ପେରେଜ୍ ସାଞ୍ଚେଜ୍ । ବୟସ ୧୧ ବର୍ଷ । ୨ ବର୍ଷ ପୂର୍ବେ ସେ ଆଇକ୍ୟୁ ଟେଷ୍ଟରେ ୧୬୨ ମାର୍କ ସ୍କୋର କରି ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ତାଙ୍କର ସ୍କୋର ମଧ୍ୟ ମହାନ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ ଏବଂ ଷ୍ଟିଫେନ୍ ହକିଙ୍ଗଙ୍କଠାରୁ ଦୁଇ ପଏଣ୍ଟ ଅଧିକ ଥିଲା । ଏହି କୁନି ଝିଅ ଆନ୍ଦାରା ଏହି ଦୁଇ ବୈଜ୍ଞାନିକଙ୍କୁ ପଛରେ ପକାଇ ଦେଇଛନ୍ତି । ଏକ ଗରିବ ପରିବାରରେ ଜନ୍ମ ହୋଇଥିବା ଆନ୍ଦାରା କୁହନ୍ତି, ତାଙ୍କର ମସ୍ତିଷ୍କ ଯେପରି ବିକାଶ ହେବା କଥା ତାଠାରୁ ଅଧିକ ଥିଲା । ସ୍କୁଲରେ ଶିକ୍ଷକ ଯାହା ପଢାଉଥିଲେ ସେ ସହଜରେ ମନେ ରଖିପାରୁ ଥିଲେ । ତାଙ୍କ ସାଥୀମାନେ ତାଙ୍କୁ ବିଚିତ୍ର ପିଲା କହି ଥଟ୍ଟା କରୁଥିଲେ, ତେଣୁ ସେ ସ୍କୁଲ ଯିବା ବନ୍ଦ କରିଦେଲେ । ହେଲେ ଶିକ୍ଷକମାନେ ଏଥିପ୍ରତି ଧ୍ୟାନ ଦେଇ ନ ଥିଲେ । ଏହି କାରଣରୁ ସେ ସ୍କୁଲକୁ ତିନିଥର ବଦଳାଇବାକୁ ବାଧ୍ୟ ହୋଇଥିଲେ । ତାଙ୍କର ଇଚ୍ଛା ହେଉଛି ମହାକାଶରେ ତାରା ଗଣନା କରିବା । ସେ ନାସା ମହାକାଶଚାରୀ ହୋଇ ନିଜର ସ୍ୱପ୍ନକୁ ପୂରଣ କରିବାକୁ ଆଶା ରଖିଛନ୍ତି ।

ତାଙ୍କ ମାଆ ନୟେଲି ସାଞ୍ଚେଜ୍ କହିଛନ୍ତି ଯେ, ସ୍କୁଲ ବାରମ୍ବାର ପରିବର୍ତ୍ତନ କରିବାରୁ ଆନ୍ଦାରା ବହୁତମନ ଦୁଃଖ କରୁଥିଲେ । ଖାଇବା ପିଇବା ଛାଡ଼ିଦେଲେ । ସେ ବିଦ୍ୟାଳୟକୁ ଯିବାକୁ ଆଗ୍ରହ କରୁ ନ ଥିଲା । କାରଣ ଶିକ୍ଷକଙ୍କ ଆଚରଣ ଭଲ ନ ଥିଲା । କିନ୍ତୁ କିଛି ଦିନ ମଧ୍ୟରେ ତାଙ୍କ ପ୍ରତିଭା ସାମ୍ନାକୁ ଆସିଲା । ମାତ୍ର ୩ ବର୍ଷ ବୟସରେ ସେ ୧୦୦ ଖଣ୍ଡର ପଜଲ୍ ସମାଧାନ କରିପାରୁଥିଲା । ସେ ସମ୍ପୂର୍ଣ୍ଣ ଭାବେ ଟେବୁଲ୍ ମନେ ରଖୁଥିଲା । ସବୁଠୁ ବଡ଼ କଥା ସେ ମାତ୍ର ୮ ବର୍ଷ ବୟସରେ ଉଚ୍ଚ ବିଦ୍ୟାଳୟ ପାସ୍ କରିଥିଲେ । ବହୁତ କମ୍ ବୟସରେ ସେ ସିଷ୍ଟମ୍ ଇଞ୍ଜିନିୟରିଂ ଏବଂ ଇଣ୍ଡଷ୍ଟ୍ରିଆଲ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି । ତାଙ୍କର ସ୍ୱପ୍ନ ହେଉଛି ମଙ୍ଗଳ ଗ୍ରହରେ ଏକ କଲୋନୀ ସ୍ଥାପନ କରିବା । ସେ ଆମେରିକୀୟ ସ୍ପେସ୍ ଏଜେନ୍ସିରେ ଯୋଗ ଦେଇ କାମ କରିବାକୁ ଚାହେଁ ।

Comments are closed.