Latest Odisha News

ବିଜାପୁରରେ ଗର୍ଜିଲା ସରକାରୀ ବନ୍ଧୁକ, ୩ ନକ୍ସଲ୍ ମିଲେସିଆ ନିହତ !

ମାଲକାନଗିରି: ଛତିଶଗଡ ବିଜାପୁର ଜିଲ୍ଲାରେ ଗୁଳିବିନିମୟ । ତେବେ ଯବାନ କି ମାଓବାଦୀ ନୁହେଁ ବରଂ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଗର୍ଜିଥିଲା ବନ୍ଧୁକ । ରିପୋର୍ଟ ଅନୁଯାୟୀ ସିଲଗର ଗାଁରେ ନବନିର୍ମିତ ତଥା ସ୍ଥାପିତ ସିଆରପିଏଫ କ୍ୟାମ୍ପକୁ ସ୍ଥାନୀୟ ବାସିନ୍ଦା ବିରୋଧ କରିଆସୁଥିଲେ । ଆଜି ଶତାଧିକ ଆଦିବାସୀ କ୍ୟାମ୍ପ ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରିଥିଲେ । ତେବେ ଯବାନମାନେ ତାଙ୍କୁ କଥାରେ ଅଟକାଇବାକୁ ବିଫଳ ହେବା ପରେ ଗୁଳି ଚାଳନା କରିଥିଲେ ।

ଯବାନଙ୍କ ଗୁଳିମାଡରେ ୩ଜଣ ଆଦିବାସୀ ପ୍ରାଣ ହରାଇଥିବା ଜଣାପଡିଛି । ମୃତ ତଥା ବିରୋଧ କରୁଥିବା ଆଦିବାସୀମାନେ ନକ୍ସଲପନ୍ଥିଙ୍କ ମିଲେସିଆ ସଦସ୍ୟ (ସମର୍ଥକ) ବୋଲି ଜଣାଇଥିଲେ ବସ୍ତର ଆଇଜି ପୁ ସୁନ୍ଦର ରାଜ । ତାଜା ସ୍ଥିତିରେ ଏଯାବତ ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି ।

Leave A Reply

Your email address will not be published.