Latest Odisha News

BREAKING NEWS

ଅନଲକ୍ ୬.୦: ରାଜ୍ୟରେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ନେବ ସ୍ଥାନୀୟ ପ୍ରଶାସନ

ଭୁବନେଶ୍ୱର: ଅନଲକ୍ ୬.୦ରେ ରାଜ୍ୟ ସରକାର ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ନେଇ ସଙ୍କେତ ଦେଇଛନ୍ତି । କିନ୍ତୁ ନିଷ୍ପତ୍ତି ସ୍ଥାନୀୟ ପ୍ରଶାସନ ହାତରେ ଛାଡ଼ିଛନ୍ତି । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି କଟକଣା ଭିତରେ ଖୋଲିବା ନିଷ୍ପତ୍ତି ସ୍ଥାନୀୟ ପ୍ରଶାସନ ନେଇପାରିବ ।

ଅନଲକ୍ ୬.୦ ଗାଇଡଲାଇନରେ କୁହାଯାଇଛି ଯେ, ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରମାନେ ସ୍ଥିତିର ସମୀକ୍ଷା କରି ଧର୍ମାନୁଷ୍ଠାନଗୁଡ଼ିକୁ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନେଇପାରିବେ । ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିବ ପ୍ରଶାସନ । ପରିସ୍ଥିତିକୁ ଦେଖି କୋଭିଡ୍ କଟକଣା ପାଳନ ସହ ଧାର୍ମିକସ୍ଥଳୀକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ସମ୍ପର୍କରେ ନିଷ୍ପତ୍ତି ନେଇପାରିବେ ।

କରୋନା ଯୋଗୁ ମାର୍ଚ୍ଚ ମାସରୁ ରାଜ୍ୟରେ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିଛି ମନ୍ଦିର ଓ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ । ସେଗୁଡ଼ିକୁ ଯଥାଶୀଘ୍ର ଖୋଲିବା ପାଇଁ ଦାବି ହେଉଛି । ଶ୍ରୀମନ୍ଦିର ସମେତ କିଛି ପ୍ରମୁଖ ମନ୍ଦିରର ସେବାୟତ ପ୍ରତିବାଦ ବି କରୁଥିଲେ । ଏବେ ନିଷ୍ପତ୍ତି ନେବେ ସ୍ଥାନୀୟ ପ୍ରଶାସନ ।

Leave A Reply

Your email address will not be published.