ସୁବର୍ଣ୍ଣପୁର: ଜବରଦଖଲ ଉଚ୍ଛେଦ ଦାବିରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ହିରାପାଲି ଗ୍ରାମବାସୀ ତହସିଲ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଗ୍ରାମର ଜଣେ ବ୍ୟକ୍ତି ବେଆଇନ ଭାବେ ସରକାରୀ ଜମିକୁ ଜବର ଦଖଲ କରିବା ସହ ଗ୍ରାମ୍ୟ ରାସ୍ତାକୁ ମଧ୍ୟ କବ୍ଜା କରି ରଖିଛନ୍ତି । ଫଳରେ ଗ୍ରାମବାସୀ ଯିବା ଆସିବା କରିବାରେ ଅସୁବିଧା ସମ୍ମୁଖୀନ ହେଉଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ମାସକ ପୁର୍ବରୁ ଗ୍ରାମବାସୀ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ ହେଁ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇ ନାହିଁ । ଫଳରେ ଶୁକ୍ରବାର ପୁଣି ଥରେ ବୀରମହାରାଜପୁର ତହସିଲଦାରଙ୍କ ଦ୍ୱାରସ୍ଥ ହେବା ସହ ତୁରନ୍ତ ଜବର ଦଖଲ ଉଚ୍ଛେଦ ପାଇଁ ଦାବି କରିଛନ୍ତି । ନଚେତ ଆଗାମି ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।
BREAKING NEWS
- ରାଉରକେଲା ବିମାନ ଦୁର୍ଘଟଣା; ସୁସ୍ଥ ହୋଇ ଘରକୁ ଫେରିଲେ ପାଇଲଟ
- Jatra actor piyush: କୋର୍ଟ ଦେଲା ଅନୁମତି, ପୁଣି ମଞ୍ଚରେ ଦମ ଦେଖାଇବେ ପୀୟୂଷ
- ସାବରିମାଳା ମନ୍ଦିର ସୁନା ଚୋରି ମାମଲା; ୨୧ ସ୍ଥାନରେ ଇଡି ରେଡ୍
- ରାଜଧାନୀରେ ଚାଞ୍ଚଲ୍ୟ, ପାର୍କିଂ ପାଇଁ ମନା କରିବାରୁ ନିର୍ଦ୍ଧୁମ ପିଟିଲେ
- Khandagiri Jatra: ଖଣ୍ଡଗିରି ଯାତ୍ରାରେ ଅଶ୍ଳିଳତା ପ୍ରଦର୍ଶନ କଲେ ବାତିଲ ହେବ ଏନଓସି…
- ରାଜ୍ୟରେ ପ୍ରଥମ ଥର ଜେଲରେ ଲାଗିଲା AI କ୍ୟାମେରା, କଏଦୀଙ୍କ ଫେରାର ରୋକିବା ସହ ଜେଲ୍ ଭିତରକୁ…
- ଟି୨୦ ବିଶ୍ୱକପ: ବାଂଲାଦେଶ ହଟିଲେ ପାକିସ୍ତାନ ବି ଓହରି ଯିବ କି !
- Bird Census: ଆସିଲା ରିପୋର୍ଟ; ଗତବର୍ଷ ଠାରୁ ହୀରକୁଦକୁ ଆସିଛନ୍ତି ୪୪ ହଜାର ଅଧିକ ପକ୍ଷୀ
- BJP NEW National President Challenges: ନୀତିନ ନବୀନଙ୍କ ଆଗରେ ଏହି ସବୁ ଚ୍ୟାଲେଞ୍ଜ…
- Maoist banner: ରାୟଗଡ଼ାରେ ଲାଗିଛି ମାଓ ବ୍ୟାନର; ପୋଲିସର ତନାଘନା ଆରମ୍ଭ
Comments are closed.