Latest Odisha News

BREAKING NEWS

ମଦ ବେପାରୀକୁୁ କାବୁ କଲେ ଗାଁ ଲୋକେ, ରନ୍ଧା ମଦ ଜବତ

ସୋନପୁର: ସଚେତନ ନାଗରିକର ଭୂମିକା ତୁଲାଇଲେ ଗାଁ ଲୋକେ । ରନ୍ଧା ଦେଶୀ ମଦ ବେପାରୀଙ୍କୁ ଧରି ପୋଲିସରେ ଜିମା ଦେଲେ । ଏପରି ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ସୋନପୁର ଜିଲ୍ଲାର ମାନପୁର ଅଂଚଳ ।

ସୂଚନା ଅନୁଯାୟୀ ଝାରବାହାଳି ଗାଁରୁ ଦୁଇଜଣ ବ୍ୟକ୍ତି ଏକ କାର ଯୋଗେ ରନ୍ଧା ମଦ ଧରି ଚଢେଇପଙ୍କ ରାସ୍ତା ଦେଇ ଭେଡେନ ଅଭିମୁଖେ ଯାଉଥିଲେ । ହେଲେ କୌଣସି ସୁତ୍ରରୁ ଖବର ପାଇ ସ୍ଥାନୀୟ ଲୋକେ ଦୁଇଜଣଙ୍କୁ ମାନପୁର ଛକରେ ଅଟକାଇଥିଲେ । ମଦ ବେପାରୀଙ୍କ ସହ ଯୁକ୍ତିତର୍କ ସମୟରେ ଗାଡିରେ ୨୩୫ ଲିଟର ରନ୍ଧା ମଦ ଥିବା ଜଣାପଡିଥିଲା ।

ଗାଁ ଲୋକେ ଦୁଇ ମଦ ବେପାରୀଙ୍କୁ ଅଟକାଇଥିଲେ ବି ଗାଡି ଚଳାଉଥିବା ବ୍ୟକ୍ତି ଜଣକ ଖସି ପଳାଇବାରେ ସକ୍ଷମ ହୋଇଥିଲା । ପରେ ଅଟକ ଅଭିଯୁକ୍ତକୁ ଲୋକେ ପୋଲିସରେ ଜିମା ଦେଇଥିଲେ । ଘଟଣାସ୍ଥଳକୁ ଯାଇ ପୋଲିସ ତଦନ୍ତ ଚଳାଇଥିବାବେଳେ ଗିରଫ ଅଭିଯୁକ୍ତ ଜଣକ ଆଖିଦାଦର ଗାଁର ଲମ୍ବୋଧର ବେହେରା ବୋଲି ଜଣାପଡିଛି ।

Leave A Reply

Your email address will not be published.