Latest Odisha News

BREAKING NEWS

ସ୍କୁଲରେ ଛାତ୍ରୀକୁ ଅସଦାଚରଣ; ବଦଲାପୁରରେ ଅଭିଭାବକଙ୍କ ଯୋରଦାର ବିରୋଧ ପ୍ରଦର୍ଶନ

ଥାନେ: କୋଲକତା ଆର.ଜି କର ମେଡିକାଲ କଲେଜର ଘଟଣା ମନରୁ ନଲିଭୁଣୁ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ମହାରାଷ୍ଟ୍ର ଥାନେ ଜିଲ୍ଲା ବଦଲାପୁରର ଏକ ଜଣାଶୁଣା ସ୍କୁଲରେ ଜଣେ ଛାତ୍ରୀକୁ ଯୌନ ନିର୍ଯାତନା ଅଭିଯୋଗ ହୋଇଛି । ଯାହାକୁ ନେଇ ଅଭିଭାବକ ଓ ସ୍ଥାନୀୟ ଲୋକମାନେ ସ୍କୁଲ ବିରୁଦ୍ଧରେ ବିରୋଧ ପ୍ରଦର୍ଶନ କରିଛନ୍ତି ।

ତେବେ ଏହି ବିରୋଧ ପରେ ସ୍କୁଲର ଅଧ୍ୟକ୍ଷଙ୍କ ସମେତ ୨ ଜଣଙ୍କୁ ନିଲମ୍ବନ କରାଯାଇଛି । ଏହା ପରେ ମଧ୍ୟ ରେଳ ଧାରଣାରୁ ହଟିବାର ନା ନେଉନାହାନ୍ତି ଲୋକେ ।

ଏହାର ପ୍ରଭାବ ଲୋକାଲ ଟ୍ରେନ୍ ଉପରେ ମଧ୍ୟ ପଡିଛି । ବଦଲାପୁର ରେଳ ଷ୍ଟେସନରେ ଅନେକ ଲୋକାଲ ଟ୍ରେନ୍ ଅଟକି ରହିଛି । ଏହି ସୂଚନା ସିପିଆରଓ କେନ୍ଦ୍ରୀୟ ରେଳବାଇ ଦ୍ୱାରା ଦିଆଯାଇଛି । ଲୋକଙ୍କ ରେଳ ଧାରଣାରୁ ହଟିବାକୁ ନିବେଦନ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ଉତ୍ତେଜନାକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

ସୂଚନାଯୋଗ୍ୟ, ଗତକାଲି ଏକ ଛାତ୍ରୀକୁ ସ୍କୁଲ ଆଟେଡାଣ୍ଟ ଅକ୍ଷୟ ସିନ୍ଦେ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଥିଲା । ପିଲାମାନେ ଏସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇବା ପରେ ବିକ୍ଷୋଭ ଜୋରଦାର ହୋଇଛି । ସ୍ଥାନୀୟ ପୁଲିସ ଏହି ଘଟଣାରେ ସ୍କୁଲ ଆଟେଡାଣ୍ଟ ଅକ୍ଷୟଙ୍କୁ ଗିରଫ କରିଛି ।

Comments are closed.