ପାହାଡ଼ର ଚମତ୍କାରିତା । ଝାଡ଼ଖଣ୍ଡର ଲୋହରଦାଗା ଅଂଚଳର ଖୁଖ୍ରା ଗ୍ରାମରେ ରହିଛି ଏମିତି ଏକ ପାହାଡ଼, ଯାହାକି ଗର୍ଭସ୍ଥ ଶିଶୁର ଲିଙ୍ଗ କ’ଣ ତାହା ଆଗୁଆ କହିପାରୁଛି ବୋଲି ଲୋକଙ୍କ ବିଶ୍ୱାସ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପାହାଡ଼ ଉପରେ ଏକ ଚନ୍ଦ୍ର ଆକୃତିର ଚିହ୍ନ ରହିଛି, ଯାହା ନବଜାତକର ଲିଙ୍ଗ ବିଷୟରେ ଭବିଷ୍ୟବାଣୀ କରୁଛି । ଗାଁର କୌଣସି ବି ଗର୍ଭବତୀ ମହିଳା ଏହି ପାହାଡ଼ ଉପରେ ଥିବା ଚନ୍ଦ୍ର ଉପରକୁ ଦୂରରୁ ଏକ ପଥର ଫିଙ୍ଗିଥାନ୍ତି । ଯଦି ଏହି ପଥରଟି ଚନ୍ଦ୍ରର ଆକୃତିର ମଝିରେ ବାଜିଥାଏ, ତେବେ ଲୋକେ ବୁଝିପାରନ୍ତି ଯେ, ଗର୍ଭରେ ପୁଅ ଅଛି । ଯଦି ପଥରଟି ଚନ୍ଦ୍ର ବାହାରେ ବାଜେ, ତେବେ ଗର୍ଭରେ ଝିଅ ଥିବା ଅନୁମାନ କରନ୍ତି । ପ୍ରାୟ ଚାରି ଶହ ବର୍ଷ ପୂର୍ବେ ନାଗବଂଶୀ ରାଜାଙ୍କ ଶାସନ କାଳରୁ ଏହି ପରମ୍ପରା ମାନିଆସୁଛନ୍ତି ଗାଁ ଲୋକେ ।
BREAKING NEWS
- ମାଆକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ, ପରେ ଛାତରୁ ଡେଇଁ ନବମ ଶ୍ରେଣୀ ଛାତ୍ର ମୃତ !
- ଡାଲି ଛୁଙ୍କରେ ୨୪ କ୍ୟାରେଟ ସୁନା, ପ୍ରସ୍ତୁତି ପାଇଁ ୩ ଦିନ…
- ୨ SOPଙ୍କ ହତ୍ୟା ମାମଲା: ଜାରି ହେଲା ୩ ଆତଙ୍କବାଦୀଙ୍କ ପୋଷ୍ଟର, ସୂଚନା ଦେଲେ ମିଳିବ ୩୦ ଲକ୍ଷ ଟଙ୍କାର ପୁରସ୍କାର
- କୋଠା ନିର୍ମାଣ ଯୋଜନା ଅନୁମୋଦନରେ ବିଳମ୍ବ ହେଲେ କାର୍ଯ୍ୟାନୁଷ୍ଠାନ: ଓଡ଼ିଶା ସରକାରଙ୍କ କଡ଼ା ଚେତାବନୀ
- ବିହାରରୁ ବେଙ୍ଗଲ୍, ବାଘୁଣୀର ସଂଘର୍ଷପୂର୍ଣ୍ଣ ଯାତ୍ରା, ‘ଡୁଆର୍ସ ରାଣୀ’କୁ ସୁହାଉନି ନୂଆ ଠିକଣା
- ଡାକ୍ତରଖାନର ଚାରି ମହଲାରୁ ଖସିପଡି ରୋଗୀ ମୃତ
- ବଜ୍ରକାପ୍ତ ଚୋରାଚାଲାଣ ବେଳେ ବନ ବିଭାଗର ଚଢ଼ାଉ, ଜଣେ ଗିରଫ
- US Flight Chaos: ଆମେରିକା ବିମାନ ଚଳାଚଳ ବିଶୃଙ୍ଖଳାରେ କ’ଣ ତ୍ରୁଟି? କାହିଁକି ଆମେରିକା ଆକାଶ ହେଲା ଠପ୍ ? କ’ଣ ପରବର୍ତ୍ତୀ ପଦକ୍ଷେପ?
- Self-Respect Marriage: ନା ସିନ୍ଦୂର, ନା ପଣ୍ଡିତ, ନା ସାତଫେରା…’ଆତ୍ମସମ୍ମାନ’ ବିବାହରେ ପରସ୍ପରର ହାତ ଧରିଲେ କାବ୍ୟା-ଅନିରୁଦ୍ଧ, ଜାଣନ୍ତୁ ସାଧାରଣ ବିବାହ ଠାରୁ କେତେ ଅଲଗା?
- PM Helps Elderly Woman: ମଞ୍ଚରେ ଅସୁସ୍ଥ ହେଲେ ବୃଦ୍ଧା, ନିଜେ ଆଗକୁ ଆସି ସହାୟତା କଲେ ପିଏମ୍ ମୋଦୀ! ହାତରେ ପିଆଇଲେ ଇଲୋକ୍ଟ୍ରୋଲାଇଟ୍…
Comments are closed.