Latest Odisha News

BREAKING NEWS

[ଭିଡ଼ିଓ] ବନ୍ଦ ହୋଇପଡ଼ିଛି ଉପଡ଼ାକସେବା କେନ୍ଦ୍ର, ବଢୁଛି ବିରୋଧ

କଟକ: ବନ୍ଦ ହୋଇପଡ଼ିଛି ଉପ ଡ଼ାକସେବା କେନ୍ଦ୍ର । ବିଭିନ୍ନ କାମ ପାଇଁ ପ୍ରତିଦିନ ଲୋକେ ଏହି ଡାକ କାର୍ଯ୍ୟାଳୟକୁ ଆସୁଥିଲେ। ହେଲେ ଅବ୍ୟବସ୍ଥା ଘେରରେ ରହିଥିବା ଏହି ଡାକ ସେବା ଏବେ ଲୋକଙ୍କୁ ମିଳିପାରୁନି । କଟକରେ ୩୪ ନମ୍ବର ୱାର୍ଡ ମାଛୁଆ ବଜାରରେ ବର୍ଷ ବର୍ଷ ଧରି ଲୋକଙ୍କୁ ଡାକସେବା ଯୋଗାଇ ଆସୁଥିଲା ଏହି ଉପଡ଼ାକଘର ।

ଟଙ୍କା ଉଠାଣରୁ ନେଇ ପେନ୍ସନ କାମ ଯାଏ ସେବା ଯୋଗାଇ ଆସୁଥିଲା । ହେଲେ ଫନି ପରଠାରୁ ଏହା କ୍ଷତିଗ୍ରସ୍ତ ହୋଇପଡ଼ିଥିବା ବେଳେ ଏଯାଏ ମରାମତି ହୋଇପାରିନି । ତାପରେ ବି ତାକୁ ସ୍ଥାନାନ୍ତରିତ କରିଦିଆଯାଉଛି । ଯାହାକୁ ନେଇ ସ୍ଥାନୀୟ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ବକ୍ସିବଜାର କାର୍ୟ୍ୟାଳୟ ପଛପଟେ ଥିବା କ୍ୟାଣ୍ଟେନମେଣ୍ଟ୍ ସବ୍ ପୋଷ୍ଟ୍ ଅଫିସ୍ ରେ କାମ ଚାଲୁ ରହିଛି । ସେପଟେ ଘଟଣା ନେଇ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି ।

ଲୋକଙ୍କ ସମସ୍ୟା ଉପରେ ଗୁରୁତ୍ୱ ଦିଆଯିବା ସହିତ ସେମାନଙ୍କର ଦାବି ଖୁବଶିଘ୍ର ପୂରଣ କରାଯାଇପାରିଲେ ଲୋକେ ଉପକୃତ ହୋଇପାରିବେ।

Comments are closed.